ଆଜି ପୀଠେ ଷଷ୍ଠୀ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କ ନବରାତ୍ର ପୂଜା । ଷୋଡ଼ଶ ଉପଚାରରେ କରାଯାଉଛି ନୀତିକାନ୍ତି । ଅଖଣ୍ଡ ଦୀପ ସହ ଧୂପ ଲଗାଇ କରାଯାଉଛି ପୂଜାର୍ଚ୍ଚନା । ସେପଟେ ଆସନ୍ତାକାଲି ମଣ୍ଡପରେ ହେବ ଷଷ୍ଠୀ ପୂଜା । ଏଥିପାଇଁ ଜମିଲାଣି ପୂଜା ମାହୋଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ସମସ୍ତ ପ୍ରସ୍ତୁତି । ତୋରଣ ବନ୍ଧା ସାଙ୍ଗକୁ ମେଢ଼ କାର୍ଯ୍ୟ ଏକପ୍ରକାର ଶେଷ ହେଲାଣି । ଆସନ୍ତାକାଲି ମାଆଙ୍କୁ ବରଣୀ କରାଯିବ । ଦୁଇବର୍ଷ ପରେ ମହାଆଡ଼ମ୍ବରରେ ପୂଜା ହେଉଥିବାରୁ ଅଧିକ ଭିଡ଼ ଜମିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରିଛି ପ୍ରଶାସନ । ଚୋରି, ନିଶା କାରବାର ରୋକିବା ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍ ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ