ଶୌଚାଳୟରେ ସିଙ୍ଗଡ଼ା
ଶୌଚାଳୟରେ ସିଙ୍ଗଡ଼ା ଏବଂ ଅନ୍ୟ ଜଳଖିଆ ତିଆରି କରିବା ଅପରାଧରେ ଏକ ରେଷ୍ଟୁରାଣ୍ଟକୁ ସିଲ୍ କରିଦିଆଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ରେଷ୍ଟୁରାଣ୍ଟ ଗତ ୩୦ ବର୍ଷ ଧରି ଏହି କାମ କରିଚାଲିଥିଲା । ସ୍ଥାନୀୟ ନଗପାଳିକା ଅଧିକାରୀଙ୍କୁ ସୂଚନା ମିଳିବା ମାତ୍ରେ ହିଁ ଏହି ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରାଯାଇ ତୁରନ୍ତ ବନ୍ଦ କରାଯାଇଛି । ତେବେ ଏହି ଅଜବ ଘଟଣା ସାଉଦି ଆରବର ଯେଦ୍ଧା ସହରରେ ଦେଖିବାକୁ ମିଳିଛି । ସ୍ଥାନୀୟ ମିିଡିଆ ରିପୋର୍ଟ ଅନୁଯାୟୀ ଏହି ରେଷ୍ଟୁରାଣ୍ଟର ୱାଶ୍ରୁମରେ ଜଳଖିଆ ଏବଂ ଭୋଜନ ତିଆରି କରାଯାଉଥିଲା । ଏହା ବ୍ୟତୀତ ଯେଦ୍ଧା ନଗରପାଳିକାର ଅଧିକାରୀମାନେ ଚଢ଼ାଉ ସମୟରେ ଦେଖିବାକୁ ପାଇଥିଲେ ଯେ ଯେଉଁ ମାଂସ ଏବଂ ପନୀର ପରି ଖାଦ୍ୟପଦାର୍ଥର ବ୍ୟବହାର କରାଯାଉଥିଲା, ତାହା ପ୍ରାୟ ଦୁଇ ବର୍ଷ ପୂର୍ବର ଥିଲା । ସେହି ସ୍ଥାନ ପୋକ ଏବଂ ମୂଷାରେ ଭରପୂର ଥିଲା । ଏପରିକି କାମ କରୁଥିବା ଶ୍ରମିକଙ୍କ କୌଣସି ସ୍ୱାସ୍ଥ୍ୟକାର୍ଡ ନଥିଲା ଏବଂ ସେମାନେ ସ୍ପଷ୍ଟ ଭାବେ ଆଇନର ଉଲ୍ଲଂଘନ କରୁଥିଲେ । ତେଣୁ ନଗରପାଳିକା ଅଧିକାରୀମାନେ ତୁରନ୍ତ ଏହି ରେଷ୍ଟୁରାଣ୍ଟକୁ ସିଲ୍ କରିଥିଲେ ଏବଂ ଏକ ଟନ୍ରୁ ଅଧିକ ଖାଦ୍ୟ ସାମଗ୍ରୀକୁ ଜବତ କରି ନଷ୍ଟ କରିଦେଇଛନ୍ତି ।
More Stories
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..
ଅଧାଘଣ୍ଟାରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାତ୍ରା