ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରଥମ ସ୍ପୋର୍ଟ୍ସ ମିଟ୍ ‘ସମ୍ମମନ୍ୱୟ-୨୦୨୩’ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ହକି ତାରକା ତଥା ହକି ଇଣ୍ଡିଆର ସଭାପତି ଦିଲ୍ଲୀପ୍ ତିର୍କୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ମମ୍ର ଏହି ସ୍ପୋର୍ଟ୍ସ ମିଟ୍କୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ତିର୍କୀ କହିଥିଲେ ଯେ କ୍ରୀଡ଼ା ମଣିଷକୁ ସୁସ୍ଥ ରଖିବା ସହ ସଫଳତାର ସହିତ କାର୍ଯ୍ୟ ତୁଲାଇବାରେ ସହାୟକ ହୋଇଥାଏ । କିନ୍ତୁ ବର୍ତମାନ ନିଜକୁ ଫିଟ୍ ରଖିବା ପାଇଁ ଆମ ପାଖରେ ସମୟ ରହୁନି ଏବଂ ଆମେ ଭୁଲି ଯାଉଛୁ କ୍ରୀଡ଼ା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ତେଣୁ ନିଜେ ଫିଟ୍ ରହିଲେ ଆମେ ନିଜ ପାଇଁ, ସମାଜ ପାଇଁ ଓ ଦେଶ ପାଇଁ ଭଲ କାମ କରିପାରିବା ବୋଲି ଶ୍ରୀ ତିର୍କୀ କହିଥିଲେ । ବିଶେଷ କରି ଯୁବବର୍ଗ ଫିଟ୍ ରହିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସମ୍ମମ୍ର ଏହି ଉଦ୍ୟମକୁ ସେ ସାଧୁବାଦ ଜଣାଇବା ସହ ରୋଗୀ ସେବା କରୁଥିବା ବ୍ୟକ୍ତି ବିଶେଷ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଦ୍ୱାରା ନିଜକୁ ଫିଟ୍ ରଖିବା ସହ ନିଜ ମଧ୍ୟରେ ଟିମ୍ ସ୍ପିରିଟ୍ ରଖି ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ପାରିବେ ବୋଲି ସେ କହିଥିଲେ । ଡିସେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସ୍ପୋର୍ଟ୍ସ ମିଟ୍ରେ ମୋଟ ୧୦ଟି ଟିମ୍ ସାମିଲ ହୋଇଛି । ଏହି ଟିମ୍ଗୁଡ଼ିକ ହେଲା ଅରୋରା ଆଭେଞ୍ଜର୍ସ, ଫୋନେକ୍ସ ଫାନ୍ଟମ୍ସ, ଫ୍ୟୁଜନ୍ ଫୋର୍ସ, ସେଲେଷ୍ଟିଆଲ୍ କ୍ରସର୍ସ, ଜେନିଥ୍ ଜିଲଟ୍ସ, ନେବୁଲା ନୋମାଡ୍ସ, ଗ୍ୟାଲାକ୍ସି ଗ୍ଲାଡିଏଟର୍ସ, କ୍ୱାଂଟମ୍ସ କ୍ୱାସର୍ସ, ସ୍ୱିଫ୍ଟ ଷ୍ଟ୍ରାଇକର୍ସ ଓ ରୋଗ୍ ରାଇଡର୍ସ । ଏହି ସ୍ପୋର୍ଟ୍ସ ମିଟ୍ରେ ଭଲିବଲ୍, କ୍ରିକେଟ, ଟଗ୍ ଅଫ୍ ୱାର୍, ଥ୍ରୀ ଲେଗ୍ଡ ରେସ୍, ମ୍ୟୁଜିକାଲ୍ ଚେୟାର, ଲେମନ୍ ସ୍ପୁନ୍, କ୍ୟାରମ୍, ବ୍ୟାଡମିଂଟନ୍ ଓ ୧୦୦ ମିଟର ଦୌଡ ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ