The Topmost

“The eyes believe themselves, the ears believe other people.”

Look Back Entertainment, ସଲମାନଙ୍କୁ ଆସୁଛି ହତ୍ୟା ଧମକ୍

ଏଣ୍ଟଟେନମେଣ୍ଟ କଥା ଆସିବ ଆଉ ସଲମାନ୍ ଙ୍କ କଥା ନଉଠିବ ଏହା ତ ଅସମ୍ଭବ । ତେବେ ଏହି 2024 ବର୍ଷ ସଲମାନଙ୍କର ବହୁ ହଇରାଣ କରିଛି କହିଲେ ଚଳେ ।

ବିଗ୍ ବସ୍ 18 ଆରମ୍ଭ ହେବାର 2 ସପ୍ତାହ ହୋଇଗଲାଣି । ତେବେ ଏହି ଶୋ ନିଜର ପ୍ରତିଯୋଗୀ ମାନଙ୍କ ପାଇଁ ଯେତିକି ପ୍ରଶଂସିତ ନୁହେଁ ସଲମାନ ଖାନଙ୍କ ପାଇଁ ସେତିକି ପ୍ରଶଂସିତ । ବିଶ୍ବବ୍ୟାପି ଏହାର ଏକ ଫ୍ୟାନ୍ ବେସ୍ ରହିଛି । ତେବେ ନିକଟରେ ବିଗବସ୍ ସେଟରୁ ଖବର ଆସୁଥିଲା କି ଶୋର ଜାନ୍ ସଲମାନ୍ ନିଜର ସୁରକ୍ଷା ଦୃଷ୍ଟିରୁ ଏହାକୁ ଆଉ ହୋଷ୍ଟ କରିବେ ନାହିଁ ।

ଏହା ପରେ ବିଗ୍ ବସ୍ ର ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ନିରାଶାର ହୋଇପଡିଥିଲେ । ହେଲେ ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଵସ୍ତିକର ଖବର ।ୱିକେଣ୍ଡ କା ଭାର ପାଇଁ ସଲମାନ ଖାନ ବିଗ୍ ବସ୍ ସେଟରେ ପହଞ୍ଚିଛନ୍ତି । ଚଳିତ ସପ୍ତାହରେ ସେ ବିଗ୍ ବସ ହୋଷ୍ଟ କରିବା ପାଇଁ ଯାଉଛନ୍ତି । ନିକଟରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସୁରକ୍ଷା ଦୃଷ୍ଟିରୁ ସଲମାନଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ। ହେଲେ ବର୍ତ୍ତମାନ ସଲମାନ ଏହି ଶୋ”କୁ ହୋଷ୍ଟ କରିବା ନେଇ ସୂଚନା ରହିଛି ।

କିଛି ଦିନ ପୂର୍ବରୁ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାର ଦାୟିତ୍ୱ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗ ନେଇଥିଲା । ତେବେ ଏହି ଗ୍ୟାଙ୍ଗ୍ ଲଗାତାର ସଲମାନ ଖାନାଙ୍କୁ ହତ୍ୟା ଧମକ ଦେଇ ଆସୁଛି । ତେବେ ଫରାହ ଖାନ ସଲମାନ ଖାନଙ୍କ ସ୍ଥାନରେ 19 ଓ 20 ଅକ୍ଟୋବରରେ ୱିକେଣ୍ଡ କା ଭାର ଆୟୋଜନ କରୁଥିବା ଦେଖିବାକୁ ମିଳିବ । ହେଲେ ଏନେଇ କୌଣସି ଅଫିସିଆଲ୍ ସୂଚନା ଜାରି କରାଯାଇ ନାହିଁ ।

SHARE BY