ପ୍ୟାରିସ ଅଲିମ୍ପିକ୍ସରୁ ବିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଏହି ଘୋଷଣା ସହ ଭାରତ ଏକ ପଦକ ହରାଇଛି। ୫୦କିଲୋଗ୍ରାମ ଶ୍ରେଣୀର ମହିଳା ରେସଲିଂରେ ଭାଗ ନେଇଥିଲେ ବିନେଶ। ପ୍ରଥମ ଦିନ ସେ ବିରୋଧୀ ଟିମକୁ ହରାଇବା ପରେ ବୁଧବାର ପ୍ରତିଯୋଗିତା ପୂର୍ବରୁ ତାଙ୍କ ଓଜନ ୧୦୦ଗ୍ରାମ ଅଧିକ ଥିବା ଜଣାପଡ଼ିଥିଲା । ଏହା ପରେ ସେ ଅଲିମ୍ପିକ୍ ମହିଳା କୁସ୍ତି ଖେଳିବାକୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା।
ଏହି ଘୋଷଣା ପରେ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲ, ବିନେଶଙ୍କର ମଧ୍ୟ ଭୁଲ ଥିବା କହିଛନ୍ତି। ପ୍ରଥମେ ବିନେଶଙ୍କ ପ୍ରଶଂସା କରିଥିଲେ ଏବଂ ପରେ ସାଇନା କହିଥିଲେ, “ସାଧାରଣତଃ ଏହି ପ୍ରକାରର ତ୍ରୁଟି କୌଣସି ଖେଳାଳିଙ୍କ ସହିତ ଏହି ସ୍ତରରେ ଘଟେ ନାହିଁ। ଏହା କିପରି ଘଟିଲା ତାହା ଏବେ ବଡ଼ ପ୍ରଶ୍ନ । କାରଣ ତାଙ୍କ ପାଖରେ ଏକ ବଡ ଦଳ ଅଛି। ତାଙ୍କର ଏତେ ସଂଖ୍ୟକ କୋଚ୍, ଫିଜିଓ, ଟ୍ରେନର ଅଛନ୍ତି। ସବୁ ପରେ ବି ଏଭଳି ଭୁଲ ହେବା ର୍ଦୁଭାଗ୍ୟଜନକ। କୁସ୍ତିର ନିୟମ ବିଷୟରେ ମୁଁ ବେଶୀ ଜାଣି ନାହିଁ। ହେଲେ ସେ ପ୍ରଥମ ଥର ଖେଳୁନଥିଲେ । ଏହା ପୂର୍ବରୁ ସେ ଏସିଆନ୍ ଗେମ୍ସ ଓ କମନୱେଲଥ ଗେମ୍ସ ଖେଳିଛନ୍ତି। ଏତେ ବର୍ଷର ଅଭିଜ୍ଞତା ପରେ ଫାଇନାଲ ମ୍ୟାଚରେ ଏଭଳି ଘଟିଥିବାରୁ ଏଥିରେ ବିନେଶଙ୍କର ମଧ୍ୟ କିଛି ଭୁଲ ଥିବା ଭଳି ଲାଗୁଛି। ହେଲେ ଯାହାର ବି ଭୁଲ ହେଉ, ଏଭଳି ଭାବେ ଅଯୋଗ୍ୟ ଘୋଷଣା ହେବା ପରେ ଜଣେ ଖେଳାଳିଙ୍କୁ କିଭଳି ଲାଗୁଥିବ, ତାହା ମୁଁ ଅନୁଭବ କରିପାରୁଛି। ଏଭଳି କାହା ସହ ହେବା କଥା ନୁହେଁ।”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..