Sahrukh khan's upcoming film, audience are exited.

Sahrukh khan’s upcoming film, audience are exited.

ବାଦଶାହଙ୍କ ନାୟିକା
ବଲିଉଡ୍‌ କିଙ୍ଗ୍‌ ଖାନ ଶାହାରୁଖ ତାଙ୍କ ଆଗାମୀ ଫିଲ୍ମ ଡଙ୍କିକୁ ନେଇ ବେଶ ଚର୍ଚ୍ଚାରେ । ନିକଟରେ ଏକ ଟିଜର ମାଧ୍ୟମରେ ଫିଲ୍ମର ଘୋଷଣା କରି ସିନେପ୍ରେମୀଙ୍କୁ ଚକିତ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହାର ନିର୍ଦ୍ଦେଶନା ଦେବେ ହିନ୍ଦୀ ସିନେମା ଜଗତର ଅଲଟାଇମ ହିଟ୍‌ ନିର୍ଦ୍ଦେଶକ ରାଜକୁମାର ହିରାନୀ । ଦୀର୍ଘ ୪ ବର୍ଷ ଧରି ପରଦାରୁ ଦୂରେଇ ରହିବା ପରେ ଶାହାରୁଖ ରାଜକୁମାର ହିରାନୀଙ୍କ ହାତ ଧରିଛନ୍ତି । ଆଶା ଫ୍ଲପ୍‌ରୁ ପୁଣି ଥରେ ବ୍ଲକବଷ୍ଟର ତାଲିକାରେ ସାମିଲ ହେବା । ତେବେ ଡଙ୍କି ଫିଲ୍ମର ଘୋଷଣା କରିବା ପାଇଁ ଶାହାରୁଖ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଳିଆ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ରାଜକୁମାରଙ୍କୁ ନୂଆ ଫିଲ୍ମର ରୋଲ୍‌ ମାଗୁଛନ୍ତି । ଏହାସହ ଜଣାପଡ଼ିଛି ଫିଲ୍ମରେ ଶାହାରୁଖଙ୍କ ନାୟିକା କିଏ? ଅଫିସିଆଲି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ରାଜକୁମାରଙ୍କ ଡଙ୍କି ଟିମ୍‌ରେ ସାମିଲ ହୋଇଯାଇଛନ୍ତି । ଏଥିସହ ଶାହାରୁଖଙ୍କ ସହ କାମ କରିବାକୁ ନେଇ ଥିବା ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି ତାପସୀ କହିଛନ୍ତି । ୧୦ ବର୍ଷର କଠିନ ପରିଶ୍ରମ ପରେ ତାପସୀଙ୍କୁ ଶାହାରୁଖଙ୍କ ସାଥ୍‌ ମିଳିଛି, ଯାହାକୁ ନେଇ ସେ ବେଶ୍‌ ଉତ୍ସାହିତ । ଫିଲ୍ମଟି ଆସନ୍ତା ବର୍ଷ ୨୨ ଡିସେମ୍ବରରେ ଦେଶର ସମସ୍ତ ସିନେମାଘରେ ହିଟ୍‌ କରିବ ।

https://thetopmost.in/?p=1583

https://thetopmost.in/?p=1576

https://thetopmost.in/?p=1416

https://thetopmost.in/?p=1588

SHARE BY