ୟୁକ୍ରେନ୍ରେ ଧାଡ଼ିବାନ୍ଧି ଯାଉଥିବା ବେସାମରିକ ଯାନ ଉପରେ ରୁଷୀୟ କ୍ଷେପଣାସ୍ତ୍ର ମାଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି ୟୁକ୍ରେନ୍ର ଜାପୋରିଝ୍ଝିଆ ସହରରେ । ଫଳରେ ଘଟଣାରେ ୩୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮୮ ଜଣ ଆହତ ହୋଇଥିବା ସୂଚନା ରହିଛି । ‘ଟେଲିଗ୍ରାମ୍’ରେ ଜାପୋରିଝ୍ଝିଆ ଆଞ୍ଚଳିକ ସେନା ପ୍ରଶାସନର ମୁଖ୍ୟ ଓଲେଜେଣ୍ଡର୍ ସ୍ତାରୁଖ୍ କହିଛନ୍ତି, ଧାଡ଼ି କରି ଜାପୋରିଝ୍ଝିଆରୁ ବାହାରକୁ ଯାଉଥିବା ଦାତବ୍ୟ ସଙ୍ଗଠନର ବେସାମରିକ ଯାନ ଉପରେ ଶତ୍ରୁ ରକେଟ୍ଦ୍ବାରା ଆକ୍ରମଣ କରିଛି । ୟୁକ୍ରେନ୍ର ଜାତୀୟ ପୁଲିସର ମୁଖ୍ୟ ଇହୋର୍ କ୍ଲାଇମେଙ୍କୋଙ୍କ ବିବୃତିରୁ ଉଦ୍ଧାର କରି ‘ସିଏନ୍ଏନ୍’ ରିପୋର୍ଟ କରିଛି । ରକେଟ୍ ଆକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୧୧ ବର୍ଷୀୟ ବାଳିକା ଓ ଜଣେ ବର୍ଷିୟ ବାଳକ । ଆହତମାନଙ୍କ ମଧ୍ୟରେ ଥିବା ୨୭ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ସେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ