ୟୁକ୍ରେନରେ ପୁଣି ତୀବ୍ର ହେଲା ରୁଷ୍ ଆକ୍ରମଣ । ୧୦ଟି ବିମାନରୁ ବୋମାମାଡ଼, କ୍ଷେପଣାସ୍ତ୍ର ମାଡ଼ରେ ବ୍ୟାପକ କ୍ଷୟକ୍ଷତି । ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣକୁ ଜାତିସଂଘର ସାଧାରଣ ପରିଷଦ ବୈଠକରେ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି । ଏଭଳି ସ୍ଥିତିରେ ୟୁକ୍ରେନ ଉପରେ ରୁଷ୍ ଗତକାଲିଠାରୁ ପୁଣି ଆକ୍ରମଣ ତୀବ୍ର କରିଛି । ଶନିବାର ରାତିରେ ଦକ୍ଷିଣ ୟୁକ୍ରେନରେ ରୁଷ୍ ଗୁଳିଗୋଳା ବର୍ଷା କରିଛି । ଜାପୁରଝିଆ ଅଞ୍ଚଳରେ ହୋଇଥିବା ଆକ୍ରମଣ ଘଟଣାରେ ଦୁଇ ଦେଶ ପରସ୍ପରକୁ ଦୋଷାରୋପ କରିଛନ୍ତି । ଆଞ୍ଚଳିକ ଶାସନ ମୁଖ୍ୟ ଓଲେକସାଣ୍ଡର ଷ୍ଟାରୁଖ କହିଛନ୍ତି ୧୦ଟି ବିମାନରୁ ରୁଷ୍ ସେନା ବୋମା ନିକ୍ଷେପ ସହ ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ରୁଷ୍ର ସରକାରୀ ନ୍ୟୁଜ ଏଜେନ୍ସି ଦର୍ଶାଇଛି ଯେ ୟୁକ୍ରେନୀୟ ସେନା ଖାଦ୍ୟଭଣ୍ଡାର ଏବଂ ସାର ଗୋଦାମ ଉପରେ ଆକ୍ରମଣ କରିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ