ୟୁକ୍ରେନ୍ର ୪ ଅଧିକୃତ ଅଞ୍ଚଳରେ ଭୋଟ୍ କରାଇଛି ରୁଷ୍ । ଶୁକ୍ରବାର ଦିନ ୟୁକ୍ରେନ୍ର ୪ଟି ଅଧିକୃତ ଅଞ୍ଚଳରେ ଜନାଦେଶ କରାଇ ରୁଷ୍ କିବ୍ ଓ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କଦ୍ବାରା ସମାଲୋଚିତ ହୋଇଛି । ଏହି ଭୋଟ୍କୁ ଜାଲିଆତି ବୋଲି ଦର୍ଶାଇ ବର୍ଜନ କରିବା ସହ ତା’ର ଫଳାଫଳକୁ ସ୍ବୀକୃତି ନ ଦେବାକୁ ସେମାନେ କହିଛନ୍ତି । ୟୁକ୍ରେନ୍ର ସରକାରୀ ଅଧିକାରୀମାନେ କହିଛନ୍ତି, ୪ଦିନିଆ ଭୋଟ୍ ଗ୍ରହଣ ଶେଷ ନ ହେବା ପର୍ଯ୍ୟନ୍ତ କେତେକ ଅଧିକୃତ ଅଞ୍ଚଳରୁ ଲୋକମାନଙ୍କୁ ବାହାରକୁ ଛଡ଼ା ଯାଇ ନ ଥିଲା । ସଶସ୍ତ୍ର ସେନା ଘରେ ଘରେ ପଶି ଲୋକଙ୍କୁ ଭୋଟ୍ ଦେବାକୁ ଯିବା ପାଇଁ ବାଧ୍ୟ କରୁଥିଲେ । ଭୋଟ୍ରେ ଅଂଶ ଗ୍ରହଣ ନ କଲେ ବହିଷ୍କାର କରାଯିବ ବୋଲି ସରକାରୀ କର୍ମଚାରୀମାନଙ୍କୁ ଧମକ ଦିଆଯାଇଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ