ଆଜିଠୁ ଅକ୍ଟୋବର ୩୦ ତାରିଖ ଯାଏଁ ନାଟୋ ଦେଶଗୁଡିକ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ । ଋଷ-ୟକ୍ରେନ ଯୁଦ୍ଧ ଭିତରେ ଆଜି ମୁହାଁମୁହିଁ ହେବେ ଋଷ ଓ ନାଟୋ । ସାଧାରଣତଃ ଋଷ ଅକ୍ଟୋବର ମାସରେ ଆଣବିକ ଅସ୍ତ୍ର ପରୀକ୍ଷଣ କରିଥାଏ । ସମାନ ସମୟରେ ଆମେରିକା ଏବଂ ପାଶ୍ଚାତ୍ୟଦେଶଗୁଡିକ ମଧ୍ୟ ପରମାଣୁ ଡ୍ରିଲ ‘ଷ୍ଟିଡଫାଷ୍ଚ ନୁନ’ କରିବାକୁ ଯାଉଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଋଷ ପରମାଣୁ ଆକ୍ରମଣ କଲେ ଆମେରିକା ଚୁପ୍ ବସିବନାହିଁ ବୋଲି କହିସାରିଛନ୍ତି । ପୂର୍ବରୁ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଧମକ ଦେଇଥିବାରୁ ଦୁଇ ପକ୍ଷ ମୁହାଁମୁହିଁ ହେବେ । ଫଳରେ ଯାହାକୁ ନେଇ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି ହେଉଛି । ଏପଟେ ଋଷିଆ ସେନା ଶିବିରରେ ଦୁଇଜଣ ବନ୍ଧୁକଧାରୀ ପଶି ଆକ୍ରମଣ କରିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଆହତ ହୋଇଥିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିସାରିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ