The Topmost

“The eyes believe themselves, the ears believe other people.”

4 ବର୍ଷ ପରେ ମୁହଁ ଖୋଲିଲେ ରିୟା

ଅଭିନେତ୍ରୀ ତଥା ମଡେଲ୍ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଗିରଫ ହେବା ପରେ ଜେଲ ଭିତରେ ଥିବା ସମୟରେ ତାଙ୍କ ଅନୁଭୂତିକୁ ନିକଟରେ ଖୋଲାଖୋଲି ଭାବେ ବଖାଣିଛନ୍ତି। କରିସ୍ମା ମେହେଟ୍ଟାଙ୍କ ପୋଡକାଷ୍ଟରେ ସାମିଲ ହୋଇ ରିୟା କହିଛନ୍ତି,’ ମୁଁ ଜେଲରେ ବିତାଇଥିବା ପ୍ରତ୍ୟେକ ଦିନ ଏକ ବର୍ଷ ଭଳି ଅନୁଭବ ହୋଇଥିଲା। ସେ ସମୟରେ ମୁଁ ଗଭୀର ଚିନ୍ତା ଓ କଳା ଅନ୍ଧାର ଭିତରକୁ ଚାଲି ଯାଇଥିଲି। ଜେଲ ଭିତରେ ଏକ ଅଦ୍ଭୁତ ଦୁନିଆ। ସେଠାର କୌଣସି ସାମଜ ନଥାଏ। ସମସ୍ତଙ୍କୁ ଏକା ଭଳି ଚଳିବାକୁ ହୋଇଥାଏ। ବିଭିନ୍ନ ସ୍ଭଭାବର ଲୋକଙ୍କ ସହିତ ସେଠାରେ ରହିବାକୁ ହୋଇଥାଏ।

ଜେଲ ବାହାରେ ଦିନ କେମିତି କଟିଯାଏ ଜଣାପଡେନାହିଁ। କିନ୍ତୁ ଜେଲ ଭିତରେ ଗୋଟିଏ ଦିନ କଟିବାକୁ ବହୁତ ସମୟ ଲାଗିଥାଏ। ଯାହାକି ମୋ ପକ୍ଷେ ବହୁତ କଷ୍ଟ ଥିଲା। ଜେଲ ଭିତରେ ଏମିତି ଅନେକ ମହିଳା କଏଦୀ ଅଛନ୍ତି ଯେଉଁମାନେ ବାହାରକୁ ବାହାରିବା ଭୁଲି ଯାଇଛନ୍ତି। କେବେ ମୁକୁଳିବେ ଠିକ ନାହିଁ। ସେମାନେ ମୋତେ ବି ବୁଝାଇ ଥିଲେ କି ମନ ଦୁଃଖ କରି କିଛି ଲାଭ ନାହିଁ। ଯିଏ ଜେଲକୁ ଆସିଥାଏ ସେ କେବେ ମୁକୁଳିବ ତାର କୌଣସି ନିଶ୍ଚିନ୍ତତା ନଥାଏ। ତେଣୁ ଏଠାରେ ନିଜକୁ ଖାପଖୁଆଇ ଚଳିବାକୁ ହେବ। କିନ୍ତୁ ମୋ ଫ୍ୟାନ୍ସଙ୍କ ଭଲପାଇବା ଓ ଭଗବାନଙ୍କ ଆର୍ଶୀବାଦରୁ ମୁଁ ସେହି କଲା ଅନ୍ଧାର ଭିତରୁ ବାହାରି ଆସିଛି। ଆଉ ଧୀରେଧୀରେ ନୂଆ ଜୀବନ ଆରମ୍ଭ କରି ବଞ୍ଚିବା ଶିଖୁଛି।’

ରିୟା ଚକ୍ରବର୍ତ୍ତୀ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ନାମରେ ବେଶ ଚର୍ଚ୍ଚାରେ ଥିଲେ। ଜୁନ୍ ୧୪, ୨୦୨୦ରେ ବାନ୍ଦ୍ରା ଆପାର୍ଟମେଣ୍ଟରୁ ସୁଶାନ୍ତ ସିଂଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା। ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ସୁଶାନ୍ତଙ୍କ ପିତାମାତା ରିୟାଙ୍କ ବିରୋଧରେ ମାମଲା ରଜୁ କରିଥିଲେ। ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା।

SHARE BY