ଭୁବନେଶ୍ୱରରେ ଦେଶରେ ପ୍ରଥମ ଆଲୁମିନିୟମ ମାଲବାହି ବଗିର ଉଦଘାଟନ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉଦଘାଟନ କରିଛନ୍ତି । ଆଲୁମିନିୟମରେ ତିଆରି ହୋଇଥିବା ଏହି ବଗି ସେବା ଦ୍ୱାରା କମ୍ ଖର୍ଚ୍ଚ ହେବ ଏବଂ ଅଧିକ ମାଲ ଯାଇପାରିବ । ପୂର୍ବରୁ ଏହା ଷ୍ଟିଲ ବଗିରେ ହେଉଥିଲା । ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଗୁଡିକୁ ନିର୍ମାଣ କରିଛି । ଏହି ଅବସରରେ ଭୁବନେଶ୍ୱର ରେଳଷ୍ଟେସନ ବିଶ୍ୱସ୍ତରୀୟ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ଷ୍ଟେସନର ନବକଳେବର କରାଯିବ । ପ୍ଲାନିଂ, ଡିଜାଇନ୍ ସହ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି । ଖୁବଶୀଘ୍ର ଭୂମି ପୂଜନ କରାଯାଇ କାମ ଆରମ୍ଭ କରାଯିବ । ଯେତେ ଶୀଘ୍ର ଏହି କାମ ଆରମ୍ଭ ହୋଇପାରିବ, ସେ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍