ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍ ତଥା ଟିରା ଷ୍ଟୋରରେ କୋରିଆ ସ୍କିନ୍ କେୟାର ଏବଂ ମେକ୍ଅପ୍ ବ୍ରାଣ୍ଡ ଟିରଟିରର ଉତ୍ପାଦଗୁଡିକ ଉପଲବ୍ଧ ହେଉଛି ବୋଲି ରିଲାଏନ୍ସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ପ୍ରଥମ ଥର ପାଇଁ ଭାରତୀୟ ବଜାରର କୌଣସି ଷ୍ଟୋରରେ ଟିରଟିର ବ୍ରାଣ୍ଡ୍ର ସୌନ୍ଦର୍ଯ୍ୟ ଉତ୍ପାଦ ଓ ପ୍ରସାଧନ ସାମଗ୍ରୀ ଉପଲବ୍ଧ ହେବ। ଏହା ବ୍ୟତୀତ ଗ୍ରାହକମାନେ ଟିରା ଆପ୍ରୁ ମଧ୍ୟ ଟିରଟିର ଉତ୍ପାଦ କିଣିବାକୁ ସକ୍ଷମ ହେବେ। ସେହିଭଳି କୋରିଆର ଟିରଟିର ବ୍ରାଣ୍ଡ୍ ତା’ର ଅଭିନବ ସୌନ୍ଦର୍ଯ୍ୟ ଉତ୍ପାଦ, ପ୍ରିମିୟମ ଗୁଣ ଏବଂ ଚମକତ୍ାର ଫର୍ମୁଲେଶନ ସୂତ୍ର ପାଇଁ ବେଶ୍ ଜଣାଶୁଣା ହୋଇଥିଲାବେଳେ ଦୁନିଆର ବହୁ ସଂଖ୍ୟକ ଗ୍ରାହକ ଟିରଟିର ବ୍ରାଣ୍ଡ୍ର ସୌନ୍ଦର୍ଯ୍ୟ ଓ ପ୍ରସାଧନ ଉତ୍ପାଦକୁ ଅନୁସରଣ କରିଥାନ୍ତି। ବିଶେଷକରି ଏହାର ମାସ୍କ ଫିଟ୍ ରେଡ୍ କୁଶନ ଫାଉଣ୍ଡେଶନ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲାବେଳେ ପ୍ରାରମ୍ଭିକ ଭାବେ ଟିରଟିର ବ୍ରାଣ୍ଡ କିଛି ନିର୍ଦ୍ଦିଷ୍ଟ ଟିରା ଷ୍ଟୋର୍ ସହିତ ଟିରା ଆପ୍ରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ସେହିପରି ପ୍ରାରମ୍ଭରେ ଏହା ମୁମ୍ବାଇର ଜିଓ ୱାଲର୍ଡ ଡ୍ରାଇଭ୍, ଅନ୍ଧେରୀ ଓ ମଲାଡ଼ ସ୍ଥିତ ଇନ୍ଫିନିଟି ମଲ୍ସମେତ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ଡିଏଲ୍ଏଫ୍ ଆଭେନ୍ୟୁ ଏବଂ ବେଙ୍ଗାଲୁରୁର ମଲ୍ ଅଫ୍ ଏସିଆ ଭଳି ୫ଟି ପ୍ରମୁଖ ଟିରା ଷ୍ଟୋରରେ ଟିରଟିର ବ୍ରାଣ୍ଡ ଉତ୍ପାଦ ଉପଲବ୍ଧ ହେଉଛି।
ଉଲ୍ଲେଖଯୋଗ୍ୟ, ଟିରଟିର ବ୍ରାଣ୍ଡର ଲୋକପ୍ରିୟ ଉତ୍ପାଦଗୁଡ଼ିକ ମଧ୍ୟରେ ହାଇଡ୍ରେଟିଂ ଏବଂ ସତେଜ ସ୍କିନ୍ କେୟାର ଏସେନସିଆଲ୍ ମିଲ୍କ-ସ୍କିନ୍ ଟୋନର, ଟିରଟିର ସେରାମିକ୍ କ୍ଷୀର ଏମ୍ପୁଲ ସାମିଲ ରହିଛି, ଯାହା ଏକ ପ୍ରିମିୟମ ସ୍କିନ୍ କେୟାର ସମାଧାନ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଥିବା ମାସ୍କ ଫିଟ୍ ମେକଅପ୍ ଫିକ୍ସରକୁ ସହାୟତା କରିଥାଏ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ