ବର୍ଷାକୁ ନେଇ ଏସଆରସି ସମ୍ବଲପୁରକୁ ରେଡ ୱାର୍ଣ୍ଣିଂ ଜୋନରେ ରଖିଛନ୍ତି । ପ୍ରବଳ ବର୍ଷା ହେବ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି । ତାକୁ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ଥିବା ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି । ସମ୍ବଲପୁର ସହରରେ ୮ଟି ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ।
ଆଶ୍ରୟ ସ୍ଥଳ ମାନଙ୍କରେ ଖାଦ୍ୟ, ଲାଇଟ, ର ବ୍ୟବସ୍ଥା କରାଯାଇଛୁ । ଯେଉଁ ସ୍ଥାନରେ ପାଣି ଜମି ଯିବ ତାକୁ ବାହାର କରିବା ପାଇଁ ୬ଟି ବଡ଼ ବଡ଼ ପମ୍ପ ସେଟ ରଖାଯାଇଛି । ଦୁଇଟି ପମ୍ପ ହାଉସ୍କୁ ପ୍ରସ୍ତୁତ କରାଯାଇଛି । ଏସଏମସି ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ସେପଟେ ଜରୁରୀ କାଳୀନ ପରିସ୍ଥିତି ରେ ଆଉ ତିନୋଟି ଆଶ୍ରୟ ସ୍ଥଲି କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍