The Topmost

“The eyes believe themselves, the ears believe other people.”

ସମ୍ବଲପୁରକୁ ରେଡ୍ ୱାର୍ଣ୍ଣିଂ

ବର୍ଷାକୁ ନେଇ ଏସଆରସି ସମ୍ବଲପୁରକୁ ରେଡ ୱାର୍ଣ୍ଣିଂ ଜୋନରେ ରଖିଛନ୍ତି । ପ୍ରବଳ ବର୍ଷା ହେବ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି । ତାକୁ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ଥିବା ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି । ସମ୍ବଲପୁର ସହରରେ ୮ଟି ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ।

ଆଶ୍ରୟ ସ୍ଥଳ ମାନଙ୍କରେ ଖାଦ୍ୟ, ଲାଇଟ, ର ବ୍ୟବସ୍ଥା କରାଯାଇଛୁ । ଯେଉଁ ସ୍ଥାନରେ ପାଣି ଜମି ଯିବ ତାକୁ ବାହାର କରିବା ପାଇଁ ୬ଟି ବଡ଼ ବଡ଼ ପମ୍ପ ସେଟ ରଖାଯାଇଛି । ଦୁଇଟି ପମ୍ପ ହାଉସ୍କୁ ପ୍ରସ୍ତୁତ କରାଯାଇଛି । ଏସଏମସି ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ସେପଟେ ଜରୁରୀ କାଳୀନ ପରିସ୍ଥିତି ରେ ଆଉ ତିନୋଟି ଆଶ୍ରୟ ସ୍ଥଲି କରାଯାଇଛି ।