ଖୁବ୍ ଶୀଘ୍ର କନିଷ୍ଠ ଶିକ୍ଷକ ନିଯୁକ୍ତି ଦିଆଯିବ । କଳିଙ୍ଗ ଷ୍ଟାଡିୟମରେ ଏକ ସମାରୋହରେ ନିଯୁକ୍ତିପତ୍ର ବଣ୍ଟନ କରାଯିବ । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏହି କାର୍ଯ୍ୟକ୍ରମ ରହିଛି । ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ନିଯୁକ୍ତିପତ୍ର ବଣ୍ଟିବେ ।
କନିଷ୍ଠ ଶିକ୍ଷକ ନିଯୁକ୍ତି ୭ବର୍ଷ ପରେ ହେଉଛି । ଗତ ବର୍ଷ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପରୀକ୍ଷା ହୋଇଥିଲା । ରେଜଲ୍ଟ ପ୍ରକାଶ ପରେ ଏଥିରେ ତ୍ରୁଟି ଦର୍ଶାଇ କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା ।
ଓସେପା ପକ୍ଷରୁ ଜାରି ହୋଇଥିବା ମେରିଟ୍ ଲିଷ୍ଟ ଆଧାରରେ ନିଯୁକ୍ତି ଦିଆଯିବା ନେଇ ସଙ୍କେତ ମିଳିବା ପରେ ଏହି ନିଯୁକ୍ତି ପ୍ରକ୍ରିୟା ଆଗେଇଛି । ଅଗଷ୍ଟ ମାସରୁ କାଉନ୍ସେଲିଂ ପ୍ରକ୍ରିୟା ଶେଷ ହୋଇଛି। ଅନେକ ଜିଲ୍ଲାରେ ଜିଲ୍ଲା ପରିଷଦ ବୈଠକ ବସି ଚୂଡ଼ାନ୍ତ ତାଲିକାକୁ ଅନୁମୋଦନ ଦିଆଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୫ରୁ ୯ ତାରିଖ ମଧ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ।
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି