The Topmost

“The eyes believe themselves, the ears believe other people.”

E-KYC ନଥିଲେ କଟିଯିବ ରାସନ କାର୍ଡ

ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ବଡ ଘୋଷଣା କରିଛନ୍ତି ସରକାର । ରାସନ କାର୍ଡ ଉପଭୋକ୍ତାଙ୍କ ନାଁ କାଟି ଦିଆଯିବାର ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି । ନିର୍ଦ୍ଧିଷ୍ଟ କିଛି କାମ କରାଇ ନେବାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଗାଇଡଲାଇନ୍ ଜାରି କରାଯାଇଛି ।

ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ ନଚେତ୍ ରାସନ କାର୍ଡରୁ ନାଁ କାଟିଦିଆଯିବ । ମାଗଣାରେ ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ । କାରଣ ସରକାର ପକ୍ଷରୁ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଇ ନେବାକୁ ପରାମର୍ଶ ଦିଆଯାଇଛି । ନଚେତ୍ ରାସନ କାର୍ଡ କଟିଯିବାର ସମ୍ଭାବନା ରହିଛି ।


ରାସନ କାର୍ଡ ଧାରକ ତୁରନ୍ତ କିଛି ଜରୁରୀ କାମ କରାଇ ନେବାକୁ ପଡିବ । ଯାହା ଫଳରେ ଆପଣ ପୂର୍ବଭଳି ମାଗଣା ରାସନ ପାଇପାରିବେ । ଏହା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ । ତେବେ କେଉଁ କାମ କରିବାକୁ ପଡିବ? ଜାଣନ୍ତୁ…


ରାସନ କାର୍ଡ ଧାରକ ତୁରନ୍ତ E-KYC କରାଇବାକୁ ପଡିବ । ଯାହାକି ଜୁନ ୨୧ ତାରିଖରୁ ଆରମ୍ଭ ହୋଇସାରିଛି । ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯାହା ଫଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ବାଦ୍ ଦିଆଯିବ ।


ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଇ-KYC କାର୍ଯ୍ୟ କରିବା ବର୍ତ୍ତମାନ ବାଧ୍ୟତାମୂଳକ । ଯଦି E-KYC କରା ନ ଯାଏ ତେବେ ରାସନ କାର୍ଡରୁ ନାଁ କାଟିଦିଆଯିବ । ତେଣୁ ହିତାଧିକାରୀଙ୍କୁ ଏଥି ପ୍ରତି ଧ୍ୟାନ ଦେବା ସହିତ ତୁରନ୍ତ କେଓ୍ବାଇସି କରାଇ ନେବାକୁ ପରାମର୍ଶ ଦେଇଛନ୍ତି ସରକାର ।


ଏହା ସହିତ, ରାସନ ମଧ୍ୟ ଉପଲବ୍ଧ ହେବ ନାହିଁ । ରାସନ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କର E- KYC ବାଧ୍ୟତାମୂକଳ ଥିବାରୁ ଏଭଳି ଘୋଷଣା କରାଯାଇଛି । ପରିବାରର ଯେତେଜଣ ବି ସଦସ୍ୟ ରହିଛନ୍ତି ସେମାନଙ୍କ E-KYC କରାଇ ନେବାକୁ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍‌ରେ କୁହାଯାଇଛି ।


ଯଦି ରେସନ୍ କାର୍ଡ ଧାରକ ଏବଂ ଏଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ନାଁ ଯଥା ପ୍ରତ୍ୟେକ ସଦସ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ E-KYC ନକରନ୍ତି, ତେବେ ସେମାନେ ମାଗଣା ଚାଉଳ କିମ୍ବା ଗହମ ପାଇବେ ନାହିଁ । ଏହଳ ସହିତ ସରକାରୀ ସୁବିଧାରୁ ମଧ୍ୟ ବଞ୍ଚିତ ହେବେ ।


ତେବେ କାହିଁକି ରାସନ କାର୍ଡରେ E-KYC ବାଧ୍ୟତାମୂଳକ? ରାସନ କାର୍ଡରେ E-KYC କରିବାର କାରଣ ହେଉଛି ଯେଉଁମାନେ ରାସନ କାର୍ଡ ସୁବିଧା ପାଇବାକୁ ଯୋଗ୍ୟ ନୁହଁନ୍ତି କିମ୍ବା ଯେଉଁମାନଙ୍କର ଏକରୁ ଅଧିକ ରାସନ କାର୍ଡ ଅଛି କିମ୍ବା ଜୀବିତ ନାହାନ୍ତି ତଥାପି କାର୍ଡରେ ନାଁ ଅଛି ସେମାନଙ୍କୁ ବାହାର କରିବା ।


ରାସନ କାର୍ଡ EKYC ସମୟରେ, ନାଁ ଯୋଡିବା କିମ୍ବା ନାଁ କାଟିବା ତଥଶ ସଂଶୋଧନ କରିବା ଭଳି କାର୍ଯ୍ୟ କରିହେବ । ଫଳରେ ରାସନ ମିଳିବା ସମୟରେ କୌଣସି ସମସ୍ୟା ରହିବ ନାହିଁ । ଆଉ E-KYC କରାଇବା ମଧ୍ୟ କଷ୍ଟସାଧ୍ୟ କାମ ନୁହେଁ । ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ଖୁବ ସହଜରେ ଏହା କରାଇପାରିବେ ।


ଯଦି ଆପଣ ମଧ୍ୟ ଆପଣଙ୍କର eKYC ର ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମୋବାଇଲ ନମ୍ବର ଥିବା ଆବଶ୍ୟକ । କାରଣ ପଞ୍ଜିକୃତ ମୋବାଇଲ ନମ୍ବର ବିନା E-KYC ହୋଇପାରିବ ନାହିଁ । କିମ୍ବା ଯାଞ୍ଚ ମଧ୍ୟ କରିହେବ ନାହିଁ । (ଗୁରୁତ୍ବପୂର୍ଣ୍ଣ ସୂଚନା ଯେ, ଉପୋରକ୍ତ ତଥ୍ୟ କେବଳ ଉତ୍ତର ପ୍ରଦେଶ ରାଜ୍ୟର ରାସନ କାର୍ଡ ଧାରକଙ୍କ ପାଇଁ)