September 19, 2025

ଆଉ ନାହାଁନ୍ତି ରତନ ଟାଟା, ଜାଣନ୍ତୁ କେଉଁ ରୋଗରେ ଥିଲେ ପୀଡିତ

ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା। ସେ ଆଉ ନାହାନ୍ତି। ଜଣେ ଅମୂଲ୍ୟ ରତନଙ୍କୁ ହରାଇଲା ଭାରତ। ୮୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ପୂରା ଦେଶରେ ଏହାକୁ ନେଇ ଶୋକର ଛାୟା ଖୋଳି ଯାଇଛି। ରତନ ଟାଟା କେବଳ ଜଣେ ବ୍ୟବସାୟୀ ନଥିଳେ ସେ ଜଣେ ମହାନ୍ ବ୍ୟକ୍ତିତ୍ୱ ମଧ୍ୟ ଥିଲେ। ଗତ କିଛି ଦିନ ହେବ ରତନ ଟାଟାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା।

ମୁମ୍ବାଇର ଜଣାଶୁଣା ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚାଲିଥିଲା ତାଙ୍କର ଚିକିତ୍ସା। ରତନ ଟାଟା ଲୋ-ବିପିରେ ପୀଡିତ ଥିଲେ। ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ସେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଶାହରୁଖ ଆସପି ଗୋଲିୱାଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ।

ତେବେ ଡାକ୍ତରଙ୍କ ସତ ଚେଷ୍ଟା ପରେ ହିଁ ରତନ ଟାଟାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ଏଥିସହ ତାଙ୍କର ବୟସାଧିକ ଯୋଗୁ ସମସ୍ୟା ପରିସ୍ଥିତିକୁ ଅଧିକ କଷ୍ଟସାଧ୍ୟ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ରତନ ଟାଟା ନିମ୍ନ ରକ୍ତଚାପ ଯୋଗୁଁ ହାଇପୋଟେନ୍ସନ୍ ଦ୍ୱାରା ପୀଡ଼ିତ ଥିଲେ। ଯେଉଁଥିପାଇଁ ତାଙ୍କ ଶରୀରର ଅନେକ ଅଙ୍ଗ ଧୀରେ ଧୀରେ କାମ କରିବା ବନ୍ଦ କରି ଦେଇଥିଲା। ସେ ଡିହାଇଡ୍ରେସନ୍ ସମସ୍ୟାରେ ମଧ୍ୟ ପୀଡିତ ଥିଲେ। ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଏକ ଗୁରୁତର ସମସ୍ୟା। ପରେ ବୁଧବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

SHARE BY