The Topmost

“The eyes believe themselves, the ears believe other people.”

ଗୋମାଂସ ଚାଲାଣ କରୁଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ- ବିଜେପି

ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲରେ ସାମୁହିକ ଗୋହତ୍ୟା ଓ ଗୋ ମାଂସ ତସ୍କରୀରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଜେପି ପକ୍ଷରୁ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବିଜେପିର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ, ବିଜେପି ନେତା ଅଭୟ ବାରିକ, ଶଙ୍କର୍ଷଣ ମହାନ୍ତି, ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ତିଗିରିଆ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି।

ପଙ୍କାଳ, ବାରମାରଣ ଜଙ୍ଗଲରେ ବହୁ ବର୍ଷ ଧରି କେତେକ ଅସାମାଜିକ ଯୁବକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଗାଈ, ବଳଦ, ଷଣ୍ଢମାନଙ୍କୁ ଆଣି ନୃଶଂସ ଭାବରେ ମାରି ମାଂସ ଓ ଦରକାରୀ ହାଡକୁ ଦେଶ , ବିଦେଶରେ ଚୋରା ଚାଲାଣ କରୁଛନ୍ତି।

୨୦ ବର୍ଷ ହେବ ସ୍ଥାନୀୟ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆର୍ଥିକ ସହାୟତା କରି ତାଙ୍କର ବ୍ୟବସାୟକୁ ତ୍ବରାନ୍ବିତ କରିବାରେ ସାହାଯ୍ୟ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି। ଏପରିକି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ପ୍ରଭାବରେ ସ୍ଥାନୀୟ ଅଧିକାରୀମାନେ ନିରବ ରହୁଛନ୍ତି। ଏଭଳି ଅସାଧୁ କାର୍ଯ୍ୟରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜଡ଼ିତ। ତେଣୁ ସ୍ବାଇଁଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

SHARE BY