ତିନି ରାଜ୍ୟରେ ୧୫ଟି ଆସନ ପାଇଁ ଚାଲିଛି ମତଦାନ । ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକରେ ମତଦାନ ଚାଲିଛି । କଂଗ୍ରେସ ଶାସିତ କର୍ଣ୍ଣାଟକ, ହିମାଚଳ ପ୍ରଦେଶର ୩ଟି ଆସନ ଏବଂ ୟୁପିର ଗୋଟିଏ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ୟୁପିରେ ମୋଟ୍ ୧୦ଟି ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି । ଗତକାଲି ସମାଜବାଦୀ ପାର୍ଟିର ୮ ବିଧାୟକ ଦଳୀୟ ନୈଶ୍ୟଭୋଜିରେ ଯୋଗ ଦେଇନଥିଲେ । ଏହାପରେ କ୍ରସ ଭୋଟିଂର ଆଶଙ୍କା ବଢିଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ରାଜ୍ୟସଭା ଆସନ ଜିତିବା ପାଇଁ ବିଜେପି କିଛି ବି କରିପାରେ । ୟୁପିରେ ବିଜେପିର ୭ ଏବଂ ସମାଜବାଦୀ ପାର୍ଟିର ୩ ପ୍ରାର୍ଥୀ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଅଷ୍ଟମ ପ୍ରାର୍ଥୀ ସଂଜୟ ସେଠଙ୍କୁ ମୈଦାନକୁ ଓହ୍ଲାଇ ଅଡୁଆ ସୃଷ୍ଟି କରିଛି ବିଜେପି । ସେପଟେ କର୍ଣ୍ଣାଟକରେ ୪ଟି ଆସନ ଭିତରୁ ଶାସକ କଂଗ୍ରେସ ୩ଟି ଜିତିବା ନିଶ୍ଚିତ ଥିବା ବେଳେ ଗୋଟିଏ ଆସନକୁ ନେଇ ବିରୋଧୀଙ୍କ ସହ ଛକାପଞ୍ଝା ଜାରି ରହିଛି ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ