ବଦଳିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର । ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ଥାନରେ ରାଜେଶ ପ୍ରଭାକର ପାଟିଲଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ୨୦୦୫ ବ୍ୟାଚର ଆଇଏଏସ୍ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ବିଏମସି କମିସନର ଭାବେ ନିଯୁକ୍ତି ଦିଆଯିବା ସହ ପୂର୍ବଭଳି ସେ ସମବାୟ ବିଭାଗର କମିସନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ । ସେପଟେ ବିଜୟ ଅମୃତା କୁଲାଙ୍ଗେ ଏକ ମାସ ଛୁଟିରେ ଯାଇଛନ୍ତି । ତାଙ୍କ ଅନୁରୋଧ ଅନୁଯାୟୀ ଛୁଟିରେ ଯିବାକୁ ଅନୁମତି ଦିଆଯାଇଛି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ସାଧାରଣ ପ୍ରଶାସନ । ଛୁଟିରୁ ଫେରିବା ପରେ ତାଙ୍କୁ ନୂଆ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ପ୍ରଥମେ ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ଘୋଷଣା ଓ ପରେ ଏହାକୁ ପ୍ରତ୍ୟାହାର କରିବା ଘଟଣା ସହ ବିଏମସି କମିସନରଙ୍କ ବଦଳିକୁ ଯୋଡା ଯାଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା