ମାନ୍ଧାତା
ଇକ୍ଷାଙ୍କୁ ବଂଶର ରାଜା ମାନ୍ଧାତା ଧର୍ମ ପରାୟଣ, ପ୍ରଜାବତ୍ସଳ ଓ ପରାକ୍ରମୀ ରାଜା ଭାବରେ ପ୍ରଜାପାଳନ କରୁଥାନ୍ତି । ପ୍ରଜାମାନଙ୍କୁ ସେ ପୁତ୍ର ସମ ଦେଖୁଥାନ୍ତି। ପ୍ରଜାମାନେ ମଧ୍ୟ ନିଜ ରାଜାଙ୍କୁ ପିତା ସମ ଦେଖୁଥାନ୍ତି। ପୃଥିବୀରେ ତାଙ୍କ ନାମ ଓ କ୍ଷାତ ଥାଏ। ଦେବ ଦାନବଙ୍କ ମଧ୍ୟରେ ଭିଷଣ ସଂଗ୍ରାମ ଚାଲିଥାଏ। ଭଗବାନଙ୍କ ନିର୍ଦ୍ଦେଶ କ୍ରମେ ଦେବରାଜ ଇନ୍ଦ୍ର ରାଜା ମାନ୍ଧାତାଙ୍କୁ ନିମନ୍ତ୍ରଣ କଲେ । ଯୁଦ୍ଧରେ ସାହାଯ୍ୟ ପାଇଁ, ରାଜା ମଧ୍ୟ ତୁରନ୍ତ ନିମନ୍ତ୍ରଣ ରକ୍ଷାକରି ଯାଇ ସଂଗ୍ରାମରେ ଯୋଗଦେଲେ । ଏହି ଯୁଦ୍ଧରେ ଦାନବମାନେ ଛତ୍ରଭଙ୍ଗ ଦେଇ ପଳାୟନ କଲେ। ତା ପରେ ଯୁଦ୍ଧ ଶେଷ ହେବା ପରେ ଭଗବାନ ବିଷ୍ଣୁ ରାଜା ମାନ୍ଧାତାଙ୍କୁ କିଛି ବର ପ୍ରଦାନ କରିବାକୁ ଇଚ୍ଛା କରିବାରୁ ରାଜା କହିଲେ, ହେ ପ୍ରଭୁ ସଂଗ୍ରାମ କରି ମୁଁ ବହୁତ କ୍ଳାନ୍ତ । ମୋତେ ଏପରି ବର ଦିଅନ୍ତୁ ଯେ ମୁଁ ଆନନ୍ଦରେ ଟିକେ ବିଶ୍ରାମ ନେଇ ପାରିବି । ଭଗବାନ ତାଙ୍କୁ ଏକ ପର୍ବତର ଗୁମ୍ଫାରେ ବିଶ୍ରାମ ନେବାକୁ ଆଜ୍ଞା ଦେଲେ । ଆଉ କହିଲେ ତୁମ ବିଶ୍ରାମରେ ଯିଏ ବ୍ୟାଘାତ ସୃଷ୍ଟି କରିବ ସେ ସଂଗେସଂଗେ ଭସ୍ମ ହୋଇଯିବ।
ରାଜା ମାନ୍ଧାତା ବିଶ୍ରାମ ନେଉଥାନ୍ତି । ସେତେବେଳେକୁ ତିନି ଯୁଗ ବିତିଗଲାଣି । ଦ୍ଵାପର ଯୁଗ ଗତ ହେଉଥାଏ । କାଳଯବନ ନାମକ ଜଣେ ରାକ୍ଷସ ଦ୍ଵାରକା ଉପରେ ଆକ୍ରମଣ କଲା । ଯୁଦ୍ଧରେ ଦ୍ଵାରକାର ସୈନ୍ୟ, ସାମନ୍ତ ବହୁତ କ୍ଷତ ହେଲେ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସେ କାଳଯବନର ଆଗରେ ପଳାୟନ କଲେ । ଏହା ଦେଖି କାଳଯବନ ମଧ୍ୟ ଶ୍ରୀକୃଷ୍ଣଙ୍କ ପଶ୍ଚାତଧାବନ କଲା । ତା ପରେ ଶ୍ରୀକୃଷ୍ଣ ଜାଣିଶୁଣି ରାଜା ମାନ୍ଧାତା ଯେଉଁ ଗୁମ୍ଫାରେ ଶୟନ କରିଥିଲେ ସେହି ଗୁମ୍ଫାରେ ପ୍ରବେଶ କଲେ । ଓ ସେ କାଳଯବନର ମୃତ୍ୟୁର ରହସ୍ୟ ଜାଣି ପାରି ନିଜ ଉତ୍ତରୀୟଟି ଶୟନରତ ରାଜା ମାନ୍ଧାତାଙ୍କ ଦେହରେ ପକାଇ ଲୁଚିଗଲେ ।
ତା ପାରେ ସେହି ଗୁମ୍ଫାରେ ପଛେ ପଛେ ପ୍ରବେଶ କଲା କାଳଯବନ । ଆଉ ହଠାତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉତ୍ତରୀୟ ଦେଖି ଗାଳି କରି କହିଲା, ଆରେ ତୁ ଯୁଦ୍ଧ ଭୟରେ ଆସି ଏହିଠାରେ ଲୁଚିଛୁ । ସେ ରାକ୍ଷସର ପାଟି ଶୁଣି ସାଙ୍ଗେସାଙ୍ଗେ ରାଜାଙ୍କର ନିଦ ଭାଙ୍ଗିଗଲା । ଆଉ ତାପରେ ଠିକ୍ ନିଜ ବର ଅନୁଯାଇ ତାଙ୍କ ନିଦ ଭାଙ୍ଗିବା କାରଣରୁ ରାଜା ଆଖି ଖୋଲିଲା ବେଳକୁ ତାଙ୍କ ଆଖିରୁ ଅଗ୍ନି ବର୍ଷଣ ହେଲା । ଆଉ କାଳଯବନ ସେ ଅଗ୍ନିରେ ଭସ୍ମ ହୋଇଗଲା ।
ତା ପରେ କିଛି ସମୟ ପରେ ଶ୍ରୀକୃଷ୍ଣ ରାଜାଙ୍କ ପାଖକୁ ଆସିଲେ । ଆଉ ଘଟିଥିବା ସମସ୍ତ ବୃତ୍ତାନ୍ତ ରାଜାଙ୍କୁ ଜଣାଇଲେ । କହିଲେ ତୁମେ କେଉଁ ଯୁଗରୁ ଶୋଇଥିଲ? ବର୍ତ୍ତମାନ ଦ୍ୱାପର ଯୁଗ । ତୁମର ରାଜ୍ୟ, ବନ୍ଧୁ, କୁଟୁମ୍ବ ପାରିଷଦ କେଉଁ କାଳରୁ ସମୟର ସ୍ରୋତରେ ବିଲୀନ ହୋଇଗଲେଣି। ରାଜା ଉପଲବ୍ଧି କଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଣାମ ଜଣାଇ ତପସ୍ୟା ଉଦ୍ଦେଶ୍ୟରେ ହିମାଳୟ ଗମନ କଲେ।
1 thought on “Raja mandhata and Sree krishna .”