() ବିଦେଶରେ ରଜ ଉତ୍ସବ ପାଳନ କଲେ ଓଡିଆ । ନେଦରଲାଣ୍ଡସର ବିଭିନ୍ନ୍ ସହରରେ ରହୁଥିବା ଶତାଧିକ ଓଡ଼ିଆ ପାଳନ କଲେ ରଜ ମିଳନ ପର୍ବ । ଓଡ଼ିଆ ଶୋସିଓ କଲ୍ଚରାଲ ଆସୋସିଏସନ ନେଦରଲାଣ୍ଡସ ପକ୍ଷରୁ ଉତ୍ତରେକ୍ଟ ସହରର ଏକ ଭାରତୀୟ ଅନୁଷ୍ଠାନରେ ପାଳନ ହୋଇଥିଲା ରଜ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନେଦରଲାଣ୍ଡ ଇନଫୋସିସର କଣ୍ଟ୍ରି ହେଡ୍ ପୁନିତ ଶୁକ୍ଳା ଯୋଗଦେଇଥିଲେ । ତେବେ ଓଡିଶୀ ନୃତ୍ୟରୁ ଉତ୍ସବ ଆରମ୍ଭ ହୋଇଥିଲା । ପରେ ପରେ ମୋ ଓଡିଶା ଗୀତ ଏବଂ ଅନେକ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହୁଳହୁଳି, ଅଳତା ଲଗା, ଲୁଗା ପିନ୍ଧା, ସଜବାଜ ପରି ଅନେକ କୌତୁହଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିପାଇଁ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଥିଲେ ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ