ପଞ୍ଜାବରେ ଚାଷୀଙ୍କ ରେଳ ରୋକ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଦ୍ବିତୀୟ ଦିନ ଅଥବା ଶୁକ୍ରବାର ଶହ ଶହ ଯାତ୍ରୀ ବିଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପରିସ୍ଥିତି ଏତେ ଜଟିଳ ହୋଇଥିଲା କି, ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି କି, ଭାରତୀୟ ରେଲଓ୍ବେ ବହୁ କ୍ଷତି ସହିଥିବା ସୂତ୍ରରୁ ଜଣାପଡ଼ିଛି । ପ୍ରାୟ ୩୧୦୦ ଯାତ୍ରୀ ସେମାନଙ୍କ ଟିକେଟ କ୍ୟାନସେଲ କରିଛନ୍ତି । ଯାହାଦ୍ବାରା ରେଳବାଇ ୧୭ ଲକ୍ଷ ଟଙ୍କା ଫେରସ୍ତ କରିଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରେନ୍ ବାତିଲ୍ କରାଯାଇ ଥିବାବେଳେ ଷ୍ଟେସନରେ ଯାତ୍ରୀମାନେ ଫେରସ୍ତ ପାଇଁ ଲମ୍ବା ଲାଇନ ଲଗାଇଥିଲେ । ଅତିରିକ୍ତ କାଉଣ୍ଟର ମଧ୍ୟ ଖୋଲାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ୬ ରାଜ୍ୟରେ କୃଷକ ସଂଗଠନ ପକ୍ଷରୁ ଆଇନଗତ ଗ୍ୟାରେଣ୍ଟି ସହ ଏମଏସପି ଏବଂ ମୌସୁମୀ ସମୟରେ କ୍ଷତି ହୋଇଥିବା ଫସଲ ପାଇଁ କ୍ଷତିପୂରଣ ଦାବି କରି ଆନ୍ଦୋଳନ କରୁଛନ୍ତି । ଉତ୍ତର ରେଲଓ୍ବେ ଫିରୋଜପୁରରେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ୧୩୬ ଟ୍ରେନ ବାତିଲ କରାଯାଇଛି । ଅନ୍ୟପଟେ ୨୧୭ ଟ୍ରେନ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଏହି ଟ୍ରେନ ବାତିଲ ତାଲିକାରେ ରହିଛି ଅମୃତସର-ହିସାର, ସିଲଦା-ଅମୃତସର, ହାଓ୍ବଡ଼ା-ଅମୃତସର, ଇନ୍ଦୋର-ଅମୃତସର, ମୁମ୍ବାଇ-ଅମୃତସର, ହରିଦ୍ୱାର-ଅମୃତସର, ପଠାନକୋଟ-ଅମୃତସର, ଲୁଧିଆନା-ଛେର୍ଟା, ଅମୃତସର-କାଦିଆନ ଏବଂ ପଠାନକୋଟ-ଅମୃତସର ଅନ୍ତର୍ଭୁକ୍ତ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି