ବେକାରୀ ସମସ୍ୟାକୁ ନେଇ ଶାଣିତ ଢଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ପାକିସ୍ତାନ ଅପେକ୍ଷା ଭାରତର ଅଧିକ ଲୋକ ବେକାରୀ । ପାକିସ୍ତାନର ବେରୋଜଗାରୀ ତୁଳନାରେ ଭାରତରେ ଦୁଇ ଗୁଣା ବେକାରୀ ଅଛନ୍ତି ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଧ୍ୟପ୍ରଦେଶର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବିଜେପିକୁ ଟାର୍ଗେଟ କରି ଏଭଳି କହିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ପାକିସ୍ତାନରେ ଯୁବ ବେକାରୀ ୧୩ ପ୍ରତିଶତ ଥିବା ବେଳେ ଭାରତରେ ୨୪ ପ୍ରତିଶତ ରହିଛି । ସେପଟେ ରାହୁଲଙ୍କ ଏଭଳି ବୟାନକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେପି । ରାହୁଲ ମାନସିକ ଅବସାଦରେ ଥିବା କହିଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍ । ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଜଣେ ଅନଭିଜ୍ଞ ନେତା ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି