ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ସେପ୍ଟେମ୍ବର ୨୪ରେ ରାଜସ୍ଥାନରେ ହେବ ବାହାଘର । ଏବେ ସାମ୍ନାକୁ ଆସିଛି ଏମାନଙ୍କ ବିବାହ ନିମନ୍ତ୍ରଣ ପତ୍ର । ସଂଗୀତ,ମେହେନ୍ଦୀ ଓ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଭିନ୍ନ ଭିନ୍ନ ନିମନ୍ତ୍ରଣ ପତ୍ର କରାଯାଇଛି । ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ ହାତଗଣତି ଅତିଥି ଓ ସମ୍ପର୍କୀୟ ବାହାଘରର ଆୟୋଜନ କରାଯାଇଛି । ୨୨ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପୂରା ତାଜ ପ୍ୟାଲେସକୁ ବୁକ କରାଯାଇଛି । ସେପ୍ଟେମ୍ବର ୨୪ରେ ବିବାହ ପରେ ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀରେ ଭୋଜି କରାଯିବ । ରାଘବ ବିରୋଧୀ ଇଣ୍ଡିଆ ମେଂଟର ଜଣେ ପ୍ରମୁଖ ନେତା ହୋଇଥିବା ବେଳେ ବିବାହରେ ବହୁ ରାଜନେତା ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ସେହିପରି ପରିଣୀତିଙ୍କ ପାଇଁ ବଲିଉଡର ବହୁ ସେଲିବ୍ରେଟି ଯୋଗ ଦେବେ ବୋଲି ଆଶା କରାଯାଉଛି ।
More Stories
ଅଧିକ ଯୋଗ୍ୟତା ହେଲା କାଳ, ଗୁଗଲ କମ୍ପାନୀରୁ ତଡାହେଲେ ଯୁବତୀ
କାହିଁକି ଦୁବାଇରୁ ମଗାଇଲେ ବୁଲେଟ୍ ପ୍ରୁଫ୍ ଗାଡି
ଫିଟିବ ରେମୋଙ୍କ ୧୧.୯୬ କୋଟି ଠକେଇ ଗୁମର