ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କର ବିବାହ ପୂର୍ବ କାର୍ଯ୍ୟକ୍ରମର ତୃତୀୟ ଏବଂ ଶେଷ ଦିନ ସମାପ୍ତ ହୋଇଯାଇଛି । ଯାହା ଗତ ତିନି ଦିନ ଧରି ଗୁଜୁରାଟର ଜାମନଗରରେ ହେଉଥିଲା । ଏହି ସମାରୋହରେ ଚଳଚ୍ଚିତ୍ର କଳାକାରମାନଙ୍କ ସହିତ ଅନେକ ବିଦେଶୀ ସେଲିବ୍ରିଟି ମଧ୍ୟ ଅଂଶଗ୍ରହଣ କରିଥିଲେ । ତେବେ ଏହି ତୃତୀୟ ଦିନ ଉତ୍ସବର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହା ଆଳତୀର ଝଲକ ନଜର ଆସିଛି, ଯେଉଁଥିରେ ହେବାକୁ ଥିବା ଦୁଲହନ ରାଧିକା ମର୍ଚ୍ଚାଣ୍ଟଙ୍କୁ ରାଜକୀୟ ଶୈଳୀରେ ସ୍ୱାଗତ କରାଯାଉଛି ।
ଏହା ଭିତରେ ବର ଏବଂ କନ୍ୟାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏଥିରେ ରାଧିକା ମର୍ଚାଣ୍ଟ ଏକ ବେଜ ରଙ୍ଗର ଲେହେଙ୍ଗାରେ ନଜର ଆସିଛନ୍ତି । ଏହି ସମୟରେ, ରାଧିକା ବ୍ରାଇଡାଲ ଚାଲିରେ ଅନନ୍ତଙ୍କ ନିକଟକୁ ଯାଉଥିବାର ଦୃଶ୍ୟମାନ ହେଉଛି । ଏହାସହ ରାଧିକାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏହାରି ଭିତରେ ଜାନଭୀ କପୁରଙ୍କ ଝଲକ ମଧ୍ୟ ଦୃଶ୍ୟମାନ ହେଉଛି । ଅଭିନେତ୍ରୀଙ୍କ ହାତରେ ଏକ ଥାଳି ଦେଖିବାକୁ ମିଳୁଛି ଜାନଭୀ କପୁର ମହା ଆରତୀ ଅବସରରେ ଏକ ପିଚ୍ ରଙ୍ଗର ସାଢୀ ପିନ୍ଧିଛନ୍ତି । ଅମ୍ବାନୀ ପରିବାରର ବୋହୂ ଅନନ୍ତ ଅମ୍ବାନୀଙ୍କ ସହିତ ବିବାହ ପୂର୍ବର ଶେଷ ଦିନରେ ରାଜକୀୟ ପ୍ରବେଶ କରିଥିଲେ । ଭିଡିଓରେ ଉଭୟ ପରସ୍ପରର ହାତ ଧରିଥିବାର ଦେଖିବାକୁ ମିଳିଥିଲା ।
ତେବେ କେବଳ ଏତି ନୁହେଁ, ଏହି ମହା ଆରତୀ ସମୟରେ ସେଲିବ୍ରିଟିମାନେ ମଧ୍ୟ ଅନେକ ପାରମ୍ପାରିକ ରୂପରେ ଦେଖାଯାଉଥିଲେ । ନୀଳ ରଙ୍ଗର ସୁଟରେ ଗୌରୀ ଖାନ ବହୁତ ସୁନ୍ଦର ଦେଖାଯାଉଥିଲେ । ସେପଟେ ଶାହାରୁଖ ଖାନ ଧଳା ଶେରୱାନୀରେ ମହା ଆରତୀରେ ଯୋଗ ଦେଇଥିଲେ ।
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍