The Topmost

“The eyes believe themselves, the ears believe other people.”

ଗୋଟିଏ ସିନ୍ ପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା

ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ । ଏହି ଫିଲ୍ମ ସବୁବେଳେ ଚର୍ଚ୍ଚା ସାଉଁଟିଥାଏ । ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ରୋଚକ ତଥ୍ୟ ଆସି ପହଞ୍ଚିଛି । ଏହି ତଥ୍ୟ ଦର୍ଶକଙ୍କ ମନରେ ଆହୁରି ଉତ୍କଣ୍ଠା ଭରିଦେବ । ଫିଲ୍ମର ଗୋଟିଏ ସିନ ରହିଛି ଯାହାର ନାଁ ହେଉଛି ‘ଗଗନଥଲ୍ଲୀ ଜଥାରା ସିନ୍’ । ଏହି ସିନର ସୁଟିଂ ପୂରା ହୋଇଛି । ଏହି ସିନ ପାଇଁ ଫିଲ୍ମ ନିର୍ମାତା ପୂରା ୫୦ କୋଟି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି । ଏହି ସିନ ହେଉଛି ଏକ ଗୀତ ଯେଉଁଥିରେ ଫାଇଟିଂ ରହିଛି ଏବଂ ଇମୋସନାଲ ସିନ୍ ରହିଛି । ୩୦ ମିନିଟର ଏହି ସିନ ପାଇଁ ମୋଟ ୩୫ ଦିନ ସମୟ ଲାଗିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା । ଯେଉଁ ଟଙ୍କାରେ କି ଆଉ ଏକ ଫିଲ୍ମ ତିଆରି ହୋଇ ପାରିବ । ସାରା ଦେଶରେ ପ୍ରଶଂସକମାନେ ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ’ପୁଷ୍ପା ୨’ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି । ତେବେ ନୂତନ ଅପଡେଟ ଅନୁଯାୟୀ, ଆଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪ ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।