ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ। ମହାପ୍ରସାଦର ହେବ ପରୀକ୍ଷା। ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଶଶାଲାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ। ଶ୍ରୀମନ୍ଦିରରେ ଫୁଡ଼ ଇନ୍ସପେକ୍ଟର ନିୟୋଜିତ ହେବେ। ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି। ଅବଢ଼ାର ସୁଧତା ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ରହିବେ। ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଅଭିଯୋଗ ନ ଆସୁ ସେଥିପାଇଁ ମାନ ପରୀକ୍ଷଣ ଜରୁରୀ। ଭକ୍ତ ମଧ୍ୟ ଆଶ୍ୱସ୍ତ ରହିବେ। ଅବଢ଼ାରେ ଅଶୁଦ୍ଧତା କେବେ ରହିବ ନାହିଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟକୁ କହିଛନ୍ତି।
ତେବେ ଯେଉଁ ପବିତ୍ର ଅବଢା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଭୋଗ ହେଉଛି । ପୁରାଣ ଅନୁସାରେ ଯାହା ମା ଲକ୍ଷ୍ମୀଙ୍କ ଦ୍ରାରା ପ୍ରସ୍ତୁତ ହେଉଛି, ତାକୁ ପରୀକ୍ଷଣର ଆବଶ୍ୟକତା ଅନୁଭବ କରୁଛନ୍ତି ସରକାର । ତେବେ ଏ ଘଟଣାଟି ସାଧାରଣ ଶ୍ରଦ୍ଧାଳୁଙ୍କ ମନରେ ସାମାନ୍ୟ ଉଦବେଗ ପ୍ରକାଶ କରିଛି । ଆପଣ ଏହାକୁ ନେଇ କେତେ ସହମତ ଆମକୁ କମେଣ୍ଟବକ୍ସରେ ଜଣାନ୍ତୁ ।
More Stories
ସନ୍ଧ୍ୟା ବେଳେ ଭୁଲରେ ବି କରନ୍ତୁନି ଏପରି କାମ
ନୂଆ ବର୍ଷରେ ଘରୁ ଫିଙ୍ଗନ୍ତୁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ ଦରିଦ୍ର
ଏହି 4 ରାଶି ସୁନା ପିନ୍ଧିଲେ ଚମକିବ ଭାଗ୍ୟ