ପ୍ରୋଟିନ୍ ଜଣେ ମଣିଷ ଶରୀର ପାଇଁ କେତେ ଆବଶ୍ୟକ ତାହା କହିବା ଜରୁରୀ ନୁହେଁ। ଶରୀରରେ ପ୍ରୋଟିନ୍ର ଅଭାବ ରହିଲେ ଭିନ୍ନ ଭିନ୍ନ ଧରଣର ରୋଗ ସୃଷ୍ଟି ହୋଇଥାଏ। ଶରୀର ଦୈନିକ ପ୍ରୋଟିନ୍ ଆବଶ୍ୟକ କରୁଥାଏ। ଯଦି ଆପଣ ଦୈନିକ କିଛି ନା କିଛି ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଉନାହାନ୍ତି ତେବେ ଆପଣଙ୍କ ଶରୀର ଅସୁସ୍ଥ ହେବା ପାଇଁ ବିଶେଷ ସମୟ ନେବ ନାହିଁ।
ଯଦି ଆପଣ ବ୍ୟାୟ୍ୟାମ କଲା ବେଳେ ବା ଦୌଡ଼ଧାଆଁ କରିବା ବେଳେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଶରୀରରେ ପ୍ରୋଟିନ୍ର ଅଭାବ ରହିଛି। ଶରୀରକୁ ଯେତିକି ପରିମାଣର ପ୍ରୋଟିନ୍ ଦରାକାର ସେତିକି ପରିମାଣର ନାହିଁ।
ନିଦ ନ ହେବା ସମସ୍ୟା ବି ପ୍ରୋଟିନ୍ ଅଭାବ ସହ ଯୋଡ଼ା। ଶରୀରରେ ପ୍ରୋଟିନ ଭାଗ କମ୍ ଥିଲେ ନିଦ ନହେବା, ଭୋକ ମରିଯିବା ଏବଂ ଚିଡ଼ିଚିଡ଼ା ଲାଗିବା ଆଦି ସମସ୍ୟା ଦେଖା ଯାଇଥାଏ।
ଯଦି ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଉଛି ବା ହର୍ମନ ଅସନ୍ତୁଳନ କିମ୍ବା ଅଧିକ ଶର୍କରା ଭାଗ ଦେଖା ଦେଉଛି ତାହେଲେ ବି ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଶରୀରରେ ପ୍ରୋଟିନ୍ ଭାଗ କମ୍ ଅଛି।
ଯଦି ଆପଣଙ୍କ ଶରୀର କୌଣସି କ୍ଷତ ସୁଖିବା ପାଇଁ ସମୟ ନେଉଛି ତାହାଲେ ଜାଣିରଖନ୍ତୁ ଯେ ଶରୀରରେ ପ୍ରୋଟିନ୍ ଭାଗ କମ୍ ଅଛି।
ଅଚାନକ ଓଜନ ବୃଦ୍ଧି ପାଇବା ବି ପ୍ରୋଟିନ୍ ଅଭାବର ଲକ୍ଷଣ। ପ୍ରୋଟିନ୍ ଅଭାବ ଥିଲେ ଉଭୟ ସ୍ୱାସ୍ଥ୍ୟ କମିଥାଏ ନଚେତ ବଢ଼ିଥାଏ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜଣେ ପୁରୁଷ ଶରୀର ପାଇଁ ୫୬ ଗ୍ରାମ ଏବଂ ମହିଳା ଶରୀର ପାଇଁ ୪୬ ଗ୍ରାମ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। ଆପଣ ନିଜ ଶରୀରରେ ପ୍ରୋଟିନ୍ ପରିମାଣ ବଢ଼ାଇବା ପାଇଁ ଦୁଗ୍ଧ ଜାତୀୟ ସମସ୍ତ ଖାଦ୍ୟ ଯେପରିକି ଅଣ୍ଡା, ସିମ୍ବ, ପୋଇ, ମଟର ଛୁଇଁ ଆଦି ଖାଆନ୍ତୁ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା