The Topmost

“The eyes believe themselves, the ears believe other people.”

ବାଣ ବ୍ୟବସାୟୀଙ୍କ ଦୁଃର୍ଦଶା

ଦିପାବଳୀ ଆସିଲେ ସବୁଠୁ ପ୍ରଥମେ ନାଁ ଆସେ ବାଣର । ତାଳଫୁଟକା, ରକେଟ୍ ବାଣ, ସୂତା ବାଣ, ଚକ୍ରି, କୁମ୍ପି, ସାପ, ବମ୍, ସୁନ୍ ଫୁଟକା, ଝୁରଝୁରି, ଧପଧପି ଏପରି ଅନେକ ବାଣ ଯାହାର ନାଁ ଶୁଣିଲେ ପିଲାଙ୍କ ଠୁ ଆରମ୍ଭ କରି ବୁଢା ସମସ୍ତେ ଖୁସି ହୋଇଯାଆନ୍ତି । ଦିପାବଳୀ ପର୍ବ କୁ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ପ୍ରଥା ପରମ୍ପରା ରହିଛି । ସେହି ହିସାବରେ ବିଭିନ୍ନ ସ୍ଥାନ ତାର ସ୍ବତନ୍ତ୍ରତା ବଜାୟ ରଖି ଏହି ପର୍ବ ପାଳନ କରିଥାଏ । ମା କାଳିଙ୍କ ଏହି ଦିନ ପୂଜା କରାଯାଏ । ତେବେ ଓଡିଶାରେ ଦିପାବଳୀ ବହୁ ଆଦିମ କାଳରୁ ପାଳିତ ହୋଇ ଆସୁଛି । ଦିନ ବା ସମୟ ର ପରିବର୍ତ୍ତନ ସାଙ୍ଗକୁ ଏହି ପର୍ବକୁ ପାଳିବାର ଉପାୟରେ ମଧ୍ୟ ବିଭିନ୍ନ ପରିବର୍ତ୍ତନ ଲକ୍ଷ କରାଯାଇଛି । କିନ୍ତୁ ଏବେ ସେହି ପୁରୁଣା ଦିନକୁ ଫେରୁଛନ୍ତି ଆଧୁନିକ ମଣିଷ ।

ଆଗରୁ ଆମ ପରିବେଶ ବହୁ ପରିସ୍କାର ରହିବା ସହିତ ଲୋକ ମାନେ ମଧ୍ୟ ଅନେକ ସୁସ୍ଥ ଥିଲେ । କିନ୍ତୁ ଏବେ ବିଭିନ୍ନ ପ୍ରକାରର ରୋଗ ଓ ପରିବେଶ ରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ବଢିବାରେ ଲାଗିଛି । ଆଉ ସେଥିପାଇଁ ଓଡିଶାରେ ପ୍ରସ୍ତୁତ ବାଣର ଚାହିଦା ମଧ୍ୟ କମିଛି । କହିବାକୁ ଗଲେ ଏବେ ଅନେକ ବାୟୁ ଜନିତ ରୋଗ ସାମ୍ନାକୁ ଆସିଛି ଫଳରେ ସାଧାରଣ ଜନାତାଙ୍କ ଠାରୁ ଆରମ୍ଭ କରି ସରକାର ନିଜକୁ ସଜାଗ କରିଛନ୍ତି । ଦିପାବଳୀରେ ବ୍ୟବହୃତ ବାଣ ସକାଶେ ଆକାଶ ବା ବାୟୁ ମଣ୍ଡଳ ପ୍ରଦୁଷିତ ହୋଇଥାଏ । ସେଥିପାଇଁ ଏହାର ବିକଳ୍ପ ସଦୃଶ ସରକାର ଲୋକଙ୍କୁ ଅରଗାନିକ୍ ବାଣ ଅର୍ଥାତ କମ୍ ଧୂଆଯୁକ୍ତ ବାଣ ବ୍ୟବହାର କରିବାରୁ ପରାମର୍ଶ ଦେଇଛନ୍ତି ।

କେତେକ ସ୍ଥାନରେ silent Diwali celebration ନାରା ମଧ୍ୟ ଦିଆଯାଉଛି । ତେବେ ଏ ସବୁ ଜିନିଷ ତ ଠିକ୍ ଅଛି। କିନ୍ତୁ କରୋନା ମହାମାରି ପରେ ନିଜର କାରବାର କୁ ଟିକିଏ ଉଠେଇବାକୁ ଚେଷ୍ଟା କରୁଥିବା ବାଣ ବେପାରୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି । ସରକାର ତଥା ଲୋକଙ୍କ ଏପରି ସାବଧାନତା ସମାଜ ପାଇଁ ଯେତିକି ଭଲ ଏହି ବାଣ ବ୍ୟବସାୟୀଙ୍କ ପାଇଁ ସେତିକି ଦୁର୍ବଳ ପରିସ୍ଥିତି ସୃଷ୍ଟି କରିଛି । ଓଡିଶାରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଲୋକେ ଏହି ସିଜିନ ବେପାରକୁ ନିଜର ଗୁଜୁରାଣ ମେଣ୍ଟାଇବାର ପନ୍ଥା ଭାବରେ ବାଢି ଥାନ୍ତି । ତେବେ ଏ ସମସ୍ୟାର ତ ସମାଧାନ କରାଯାଇ ପାରିବ ନାହିଁ । କିନ୍ତୁ ସେଇ ବ୍ୟବସାୟୀ ମାନଙ୍କ ଦ୍ବାରା ତିଆରି ହୋଇଥିବା ହାତ ତିଆରି ମାଟି ଦୀପ ଓ ଘରକରଣା ଜିନିଷ କୁ ବ୍ୟବହାର କରି ଆମେ ସେମାନଙ୍କୁ ସାହାଯ୍ୟ ନିଶ୍ଚୟ କରିପାରିବା । ସେଥିପାଇଁ ବାହାରୁ ଆସିଥିବା ଲାଇଟ୍ ପରିବର୍ତ୍ତେ କିପରି ଆମ ସାଧାରଣ ବ୍ୟବସାୟୀ ମାନେ ଉନ୍ନତି ପାଇ ପାରିବେ ସେ ବିଷୟରେ ଚିନ୍ତା କରିବା ଜରୁରୀ ହୋଇ ପଡିଛି ।