The Topmost

“The eyes believe themselves, the ears believe other people.”

ଡଲାରର ଦାମ ହେଲା ୮୨ ଟଙ୍କା ୩୩ ପଇସା

ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ । ଗୋଟିଏ ଆମେରିକୀୟ ଡଲାରର ଦାମ ହୋଇଛି ୮୨ ଟଙ୍କା ୩୩ ପଇସା । କ୍ରମାଗତ କିଛି ଦିନ ଧରି ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ଚାଲିଛି । ଗତକାଲି ମୁଦ୍ରା ମୂଲ୍ୟ ୧୬ ପଇସା ହ୍ରାସ ପାଇବା ପରେ ଭାରତୀୟ ଟଙ୍କାର ମୂଲ୍ୟ ୮୨ ଟଙ୍କା ୩୩ ପଇସା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ, ଆମେରିକୀୟ ବଣ୍ଡରେ ଅବମୂଲ୍ୟାୟନ ଆଦି କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇଛି । ସେପଟେ ରିଜର୍ଭ ଥିବା ପରିମାଣର ଖର୍ଚ୍ଚ ଉପରେ ଲଗାମ ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ । କେବଳ ଚଳିତ ବର୍ଷ ମୁଦ୍ରା ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଥିଲା । ତୈଳ ଦର ବ୍ୟାରେଲ ପିଛା ୯୩.୯୯ ଡଲାର ହେବା ଯୋଗୁ ଏହାର ପ୍ରଭାବ ମୁଦ୍ରା ଉପରେ ପଡ଼ିଛି । ତେଣେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅଭିବୃଦ୍ଧି ହାର ଆକଳନ କରିଛ ବିଶ୍ୱ ବ୍ୟାଙ୍କ । ଗତ ଜୁନରେ ସରକାର ଯେଉଁ ଆକଳନ କରିଥିଲେ ତାହାର ୧ ପ୍ରତିଶତ କମ୍ ଆକଳନ କରିଛନ୍ତି ବିଶ୍ୱବ୍ୟାଙ୍କ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଦକ୍ଷିଣ ପୂର୍ବ ଅର୍ଥନୈତିକ ଫୋକସରେ ବିଶ୍ୱବ୍ୟାଙ୍କ କହିଛନ୍ତି- ବିଶ୍ୱର ଅନ୍ୟ ରାଷ୍ଟ୍ର ତୂଳନାରେ ଭାରତର ଅବସ୍ଥା ଅଧିକ ସୁଧୁରୁଛି ।