ଫେବ୍ରୁଆରି ୨୮ରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ସୁରକ୍ଷା ପାଇଁ କମିସନରେଟ ପୋଲିସ ପକ୍ଷରୁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର । ୩ଟି କ୍ୱିକ୍ ରେସ୍ପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟକୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ କରାଯାଇଛି । ୧୨ ଅତିରିକ୍ତ ଡିସିପି, ୨୫ ଏସ୍ପି, ୪୦ ଇନସ୍ପେକ୍ଟରଙ୍କ ସହ ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡଙ୍କୁ ନିଯୁକ୍ତ କରାଯାଇଛି । ବ୍ଲୁ ବୁକ୍ ଗାଇଡଲାଇନ ଅନୁସାରେ ପୋଲିସ ଛାଉଣୀରେ ରହିବ ସାରା ସହର । ପ୍ରୋଟକଲ ଅନୁସାରେ ସଭାସ୍ଥଳରେ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରହିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଫେବ୍ରୁଆରି ୨୮ରୁ ୨ ତାରିଖ ଯାଏ ଓଡ଼ିଶାରେ ରହିବେ ମହାମହିମ । ଭୁବନେଶ୍ୱର ସମେତ ମୟୂରଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ