() ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ଚୟନ ନିମନ୍ତେ ଆଜି ବସିବ ବିଜେପି ସଂସଦୀୟ ବୋର୍ଡର ବୈଠକ । ସନ୍ଧ୍ୟାରେ ହେବାକୁ ଥିବା ଏହି ବୈଠକରେ କିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବ ସେନେଇ ଆଲୋଚନା ପରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ । ଏନେଇ ନାମାଙ୍କନ ଦାଖଲ ଜୁନ୍ ୨୯କୁ ଧାର୍ଯ୍ୟ ହୋଇ ଥିବାବେଳେ ଜୁଲାଇ ୧୮ ତାରିଖରେ ହେବ ନିର୍ବାଚନ ଅଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଯୋଗଦବେ । ଏହି ସଂସଦୀୟ ବୋର୍ଡରେ ମୋଦୀ ଓ ଶାହଙ୍କୁ ଛାଡି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଛନ୍ତି ।
More Stories
ମାତ୍ର 3ଟି ଭୋଟରେ ବିଜେପି ନାକତଳୁ ଜିତିଲା ଆପ୍
ଖଡଗେଙ୍କ ମା, ଭଉଣୀଙ୍କୁ ଏମିତି କହିଲେ ୟୋଗୀ
ପାୱାର ଗଲା, ଇଜ୍ଜତ ଗଲା, ଏବେ ଆସିଲା ଗିରଫ୍ ୱାରେଣ୍ଟ୍