ଦେଶର ଏକ ନମ୍ବର ଧନୀ ବ୍ୟବସାୟୀଙ୍କ ଘରେ ବାହାଘର । ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଓ ରାଧିକାଙ୍କ ବିବାହ ଖବରକୁ ନେଇ ଜୋରଦାର ଚର୍ଚ୍ଚା । ବାହାଘର ଜୁଲାଇ ୧୨ରେ ହେବାକୁ ସ୍ଥିର ହୋଇଥିବାବେଳେ ମାର୍ଚ୍ଚ ୧ ରୁ ୩ ତାରିଖ ହେବାକୁ ଯାଉଛି ପ୍ରି-ୱେଡିଙ୍ଗ୍ ସେଲିବ୍ରେସନ୍ । ଗୁଜରାଟ ଜାମନଗରରେ ଅନୁଷ୍ଠିତ ହେବ ଏହି ପ୍ରି-ୱେଡିଙ୍ଗ୍ ସେଲିବ୍ରେସନ୍ । ପ୍ରତ୍ୟେକ ଥର ଭଳି ଅମ୍ବାନୀ ପରିବାରର ଏହି କାର୍ଯ୍ୟକ୍ରମ ବେଶ୍ ଗ୍ରାଣ୍ଡ ହେବାକୁ ଯାଉଛି । ଜାମନଗରରେ ହେବାକୁ ଥିବା ଏହି ପ୍ରି-ୱେଡିଙ୍ଗ୍ ସେରିମନିରେ ବହୁ ନାମୀ-ଦାମୀ ହସ୍ତି ଯୋଗଦେବେ । ଏଥିପାଇଁ ପ୍ରତ୍ୟେକ ପ୍ରସ୍ତୁତି ନିଜେ ବୁଝୁଛନ୍ତି ମାଆ ନୀତା ଅମ୍ବାନୀ । ଜାମନଗରରେ ପହଁଚି ଉତ୍ସବର ପ୍ରସ୍ତୁତି ନେଇ ସମୀକ୍ଷା ବି କରିଛନ୍ତି ନୀତା ଅମ୍ବାନୀ । କିଏ କିଏ ଅତିଥି ଆସିବେ, ଖାଇବା ମେନ୍ୟୁରେ କଣ ରହିବ ସବୁ କିଛି ନିଜେ ନୀତା ଅମ୍ବାନୀ ବୁଝୁଛନ୍ତି ।
More Stories
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍
ଧନ ବର୍ଷା କରିବ ଏହି ପ୍ଲାଣ୍ଟ୍