The Topmost

“The eyes believe themselves, the ears believe other people.”

ଜନହିତ ଟାଇମ୍ସର ପ୍ରାକ୍‌‌ ନିର୍ବାଚନୀ ସର୍ଭେ

ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡିକୁ ମିଳିବ ଅକଳ୍ପନୀୟ ସଫଳତା। ଦଳ ବିଧାନସଭା ଓ ଲୋକସଭା ନିର୍ବାଚନରେ ଚମକପ୍ରଦ ବିଜୟ ହାସଲ କରିବ। ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୮ଟି ଆସନ ମିଳିବ। ସେହିପରି ବିଜେପିକୁ ମାତ୍ର ୨ଟି ଏବଂ ପୂର୍ବପରି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ। ଦେଶର ଅଗ୍ରଣୀ ଗଣମାଧ୍ୟମ ଜନହିତ ଟାଇମ୍ସ ପକ୍ଷରୁ କରାଯାଇଥିବା ଏକ ପ୍ରାକ୍‌‌ ନିର୍ବାଚନୀ ସର୍ଭେରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୧୨ଟି ଆସନ, ବିଜେପିକୁ ୮ଟି ଓ କଂଗ୍ରେସକୁ ୧ଟି ଆସନ ମିଳିଥିଲା। ତେବେ ଆସନ୍ତା ନିର୍ବାଚନରେ ବିଜେଡି ବିଜେପି ହାତରୁ ୫ଟି ଆସନ ଛଡ଼ାଇ ନେଇପାରେ। ଗତ ସାଧାରଣ ନିର୍ବାଚନରେ ବିଜେପି ଜିତିଥିବା ଭୁବନେଶ୍ୱର, ବାଲେଶ୍ୱର ଓ ମୟୂରଭଞ୍ଜ ସଂସଦୀୟ ଆସନକୁ ଏଥିର ବିଜେଡି ଛଡ଼ାଇ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ପଷ୍ଟିମ ଓଡ଼ିଶାରେ ବିଜେପି ଗତଥର ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗୀର ଆସନ ଜିଣିବାରେ ସକ୍ଷମ ହୋଇଥିଲା। ଆସନ୍ତା ନିର୍ବାଚନରେ ଉପରୋକ୍ତ ୫ ଆସନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ଏବଂ ଉପରୋକ୍ତ ୫ ଆସନରୁ ବିଜେଡି ଅତିକମ୍‌‌ରେ ୨ ଆସନରେ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ବିଜେପି ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି ବୋଲି ଜନମତକୁ ଆଧାର କରି ଆକଳନ କରିଛି ଜନହିତ ଟାଇମ୍ସ। ଅନ୍ୟପକ୍ଷରେ ଗତଥର କଂଗ୍ରେସ ରାଜ୍ୟର ଏକମାତ୍ର ସଂସଦୀୟ ଆସନ ଜିଣିଥିବା କୋରାପୁଟ ଲୋକସଭା ଆସନ୍ତା ନିର୍ବାଚନରେ ବିଜେଡି ଖାତାକୁ ଯିବ ବୋଲି ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ସେହିପରି ବିଧାନସଭା କ୍ଷେତ୍ରରେ ମଧ୍ୟ ବିଜେଡି ବିପୁଳ ସଫଳତା ହାସଲ କରିବ ଏବଂ ଆସନ ସଂଖ୍ୟା ୧୨୮ ଅତିକ୍ରମ କରିବ ବୋଲି ମଧ୍ୟ ଆକଳନ କରାଯାଇଛି।