January 11, 2026

100 ଛୁଇଁ ପାରେ ଆଳୁ ଦର !

ଦିନକୁ ଦିନ ଆଳୁର ଦର ବଢିବାରେ ଲାଗିଛି । ଖାଲି ଦର ବଢୁଛି ହେଲେ ଆଳୁ ନାହିଁ । 4 ଦିନ ହେଲା ଗୋଦାମକୁ ଆସିନି ଆଳୁ। ବଜାରରେ ଖାଉଟିଙ୍କ ଅସନ୍ତୋଷ ଦେଖିବାକୁ ମିଳୁଛି । ଯେଉଁଠି 20 ଟଙ୍କା ଦେଇ ଭଲ ଆଳୁ ନେଉଥିଲେ, ଏବେ 60 ଟଙ୍କା ଦେଇ ମଧ୍ୟ ସେପରି ଆଳୁ ମିଳୁନି । ଦର 3 ଦୁଣା ବୃଦ୍ଧି ହୋଇ ମଧ୍ୟ ପଚା ଶଢା ଆଳୁ ନେବାକୁ ବାଧ୍ୟ ହେଉଛନ୍ତି ଖାଉଟି । ୟୁପି ଆଳୁ କିଣିବାକୁ ବେପାରୀ ଅମଙ୍ଗ। କାହିଁକି ନା ଏହା ଜଲଦି ନଷ୍ଟ ହୋଇଯାଉଛି। ଏହାରି ଭିତରେ ଆଇଗଣିଆ ଆଳୁ ଗୋଦାମରେ ନାହିଁ ଆଳୁ। ଉତ୍ତରପ୍ରଦେଶ ଆଳୁ ଅଧିକ ଦିନ ରହୁନଥିବାରୁ ବ୍ୟବସାୟୀ ତାକୁ ଆଣୁ ନାହାନ୍ତି। କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଖାଁ ଖାଁ । ବଜାରରୁ ଆଳୁ ଉଭାନ ହୋଇଯାଇଥିବା ବେଳେ କାଁ ଭାଁ ଯେଉଁଠି ଅଛି କିଲୋ ପିଛା ୬୦ ଟଙ୍କାରେ ପହଞ୍ଚିଲାଣି।

ତେବେ ଯୋଉଭଳି ଭାବରେ ରାଜ୍ୟରେ ଆଳୁ ଆଭାବ ଦେଖା ଦେଲାଣି, ଏହା ଆଉ କିଛି ଦିନ ଚାଲିଲେ ଆଳୁ ଦର 100 ପାର୍ ହେବା ଅସମ୍ଭବ ନୁହେଁ । ତେବେ ଆଳୁର ଅଭାବ ସମସ୍ୟାକୁ ନେଇ ନିରବ ଯୋଗାଣ ମନ୍ତ୍ରୀ ।

SHARE BY