ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ (NSC) ସ୍କିମ୍ ମାଧ୍ୟମରେ ପୋଷ୍ଟ ଅଫିସ୍ ଆପଣଙ୍କୁ ଏକ ବିପୁଳ ବିନିଯୋଗ ବିକଳ୍ପ ପ୍ରଦାନ କରେ । ଏହି ଯୋଜନାରେ ବିନିଯୋଗ କରି ଆପଣ ପାଞ୍ଚ ବର୍ଷରେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇପାରିବେ । ଯେଉଁମାନେ ଏହି ଇନଭେଷ୍ଟମେଣ୍ଟରେ କୌଣସି ପ୍ରକାରର ବିପଦ ନେବାକୁ ଚାହୁଁନାହାଁନ୍ତି ଏବଂ ନିଶ୍ଚିତ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସ୍କିମ୍ ଏକ ଉତ୍ତମ ବିକଳ୍ପ । NSC ଯୋଜନାରେ ଆପଣ FD ଅପେକ୍ଷା ଅଧିକ ଲାଭ ମିଳିଥାଏ । ଏହା ସହିତ, ଆପଣ ଏହି ବିନିଯୋଗ ଉପରେ ସରକାରୀ ନିରାପତ୍ତାର ଗ୍ୟାରେଣ୍ଟି ମଧ୍ୟ ପାଇପାରିବେ ।
ଯେକୌଣସି ବ୍ୟକ୍ତି ଏକ NSC ଖାତା ଖୋଲିପାରିବେ । ଏଥିପାଇଁ ସର୍ବନିମ୍ନ ୧ ହଜାରରୁ ଆରମ୍ଭ କରିପାରିବେ ଏବଂ ସର୍ବାଧିକ ବିନିଯୋଗ ଉପରେ କୌଣସି ସୀମା ନାହିଁ । ନିବେଶକମାନେ କେବଳ ୧୦୦ଟଙ୍କା ଗୁଣରେ NSC ସାର୍ଟିଫିକେଟ୍ କିଣିପାରିବେ । ଏହି ଯୋଜନାର ମ୍ୟାଚୁରିଟି ଅବଧି ପାଞ୍ଚ ବର୍ଷ, ଅର୍ଥାତ୍ ଆପଣ କରିଥିବା ଇନଭେସଟମେଣ୍ଟ ପାଞ୍ଚ ବର୍ଷ ପୂର୍ବରୁ ପ୍ରତ୍ୟାହାର କରାଯାଇପାରିବ ନାହିଁ । ତେଣୁ, ଏହି ବିନିଯୋଗ ବିକଳ୍ପ ଏକ ଦୀର୍ଘକାଳୀନ ବିନିଯୋଗ ବୋଲି କୁହାଯାଇ ପାରିବ । NSC ଯୋଜନା ଆୟକର ଅଧିନିୟମର ଧାରା 80C ଅନୁଯାୟୀ ଟିକସ ଛାଡ ପ୍ରଦାନ କରିବାରେ ସାହାଯ୍ୟ କରିବ । ବର୍ତ୍ତମାନ NSC ଉପରେ ସୁଧ ହାର 7.7% ଅଟେ । କିନ୍ତୁ ମ୍ୟାଚୁରିଟି ହେବା ପରେ ତୁମେ ଏହି ରାଶି ପାଇବ ।
ଯଦି ଜଣେ ବ୍ୟକ୍ତି ପାଞ୍ଚ ବର୍ଷ ପାଇଁ ଏହି ଯୋଜନାରେ ୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ସେ ମ୍ୟାଚୁରିଟି ହେବା ପରେ ପ୍ରାୟ ୯ ଲକ୍ଷ ଟଙ୍କା ପାଇବେ । ଏହାର ଅର୍ଥ ହେଉଛି ଯେ ଆପଣଙ୍କର ଜମା ହୋଇଥିବା ପରିମାଣ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ଦ୍ୱିଗୁଣିତ ହୋଇଯିବ । ଆପଣଙ୍କ ଘର ପାଖରେ ଥିବା ଯେକୌଣସି ପୋଷ୍ଟଅଫିସ ଯାଇ ଆପଣ NSC ଖାତା ଖୋଲିପାରିବେ । ଆବଶ୍ୟକ ଡକ୍ୟୁମେଣ୍ଟରେ ଆଧାର କାର୍ଡ, ପାନ୍ କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଏବଂ ତିନି ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ ମଧ୍ୟ ଦେବା ପାଇଁ ପଡିବ । FD ଅପେକ୍ଷା ଏହା ଏକ ଉତ୍ତମ ବିକଳ୍ପ NSC ସ୍କିମ୍ ଉପରେ ସୁଧ ହାର କେବଳ ୫ ବର୍ଷ ପାଇଁ ବିନିଯୋଗ ଉପରେ ପ୍ରଯୁଜ୍ୟ ।
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ