ସମଗ୍ର ଦେଶରେ ପାଞ୍ଚଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ ଆର୍ଏସ୍ଏସ୍ । ବିଦ୍ୟାଭାରତୀର କେନ୍ଦ୍ରୀୟ ସାଂଗଠନିକ ସଚିବ ଯତୀନ୍ଦ୍ର ଶର୍ମା ହରିଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ନୂତନ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବାର ଉଦ୍ଦେଶ୍ୟ ହେଉଛି ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଆର୍ଏସ୍ଏସ୍ ଦୀର୍ଘ ଦିନରୁ ଦେଶରେ ସ୍କୁଲ ଶିକ୍ଷା ସହ ଜଡ଼ିତ ଥିଲା ଏବଂ ବର୍ତ୍ତମାନ ଏହାର ସଂଗଠନ ଉଚ୍ଚ ଶିକ୍ଷା ସଂସ୍ଥାନ ମାଧ୍ୟମରେ ଉଚ୍ଚଶିକ୍ଷା ଉପରେ ଧ୍ୟାନ ଦେବାକୁ ପ୍ରସ୍ତୁତ ହେଉଛି । ଏହା ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଚାଣକ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇ ସାରିଛି । ପ୍ରଥମ ବ୍ୟାଚ୍ରେ ମୋଟ ୨୦୦ ଛାତ୍ର ନାମ ଲେଖାଇଛନ୍ତି । ବିଦ୍ୟା ଭାରତୀ ବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଙ୍କୁ ଏହି ବିଶ୍ୱବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରାଯିବ । ଆସାମର ଗୌହାଟୀରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ଚାଲିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ