ଚାରିଆଡେ ନିର୍ବାଚନୀ ମାହୋଲର ହିଟ୍ ଓ୍ବେଭ ଜାରି ରହିଛି । ସବୁଠି ଆଲୋଚନା ପର୍ଯ୍ୟାଲୋଚନା ସାଙ୍ଗକୁ ବିଭିନ୍ନ ପ୍ରତିକ୍ରିୟା ମାନ ଦେଖିବାକୁ ମିଳୁଛି । ଏହାରି ଭିତରେ ବେଶ୍ ସରଗରମ ରହିଛି ଦେଶର ରାଜନୀତି । ସର୍ବଦା ଚର୍ଚ୍ଚାର ପରିସରକୁ ଆସୁଥିବା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବେ ଭାଇରାଲ ହେଉଛି । ତେବେ ଦୀର୍ଘମାସ ପରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାର ଓୌରଙ୍ଗାବାଦ ଜନସଭାରେ ଉଭୟଙ୍କ ସାକ୍ଷାତ ଓ ଏକାଠି ବସିବା ଭିଡିଓ ବେଶ ଭାଇରାଲ ହେଉଛି । ପରସ୍ପରକୁ ଭେଟିବା ସମୟରେ ଉଭୟ ନେତାଙ୍କ ମନଖୋଲା ହସକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି । ସବୁଠୁ ବଡ କଥା ହେଉଛି ଯେଉଁ ସମୟରେ ମୋଦୀଙ୍କୁ ନୀତୀଶ ଫୁଲମାଳା ପିନ୍ଧାଉଥିଲେ ସେହି ସମୟରେ ମୋଦୀ ନୀତିଶଙ୍କ ହାତକୁ ଧରି ମଞ୍ଚର ଆଗକୁ ନେଇଆସିଥିଲେ । ଅନ୍ୟପଟେ ମୋଦୀଙ୍କୁ ନୀତୀଶ କହିଥିଲେ ଯେ ଯେବେ ମୋଦୀ ଗତଥର ଆସିଥିଲେ ସେହି ସମୟରେ ସେ ଗାଏବ ହୋଇଥିଲେ । ଏଥର କିନ୍ତୁ ଆଉ କୁଆଡେ ଯିବିନି ବୋଲି ସେ ଆଶ୍ୱସନା ଦେଇଛନ୍ତି । ତେବେ ନୀତୀଶଙ୍କ ଏହି ମଜାଳିଆ କଥା ଉପସ୍ଥିତ ନେତାବୃନ୍ଦଙ୍କୁ ଖୁବ୍ ହସାଇଥିଲା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍