ଖୁବଶୀଘ୍ର ସରିବ ମାଲକାନଗିରିରେ ବିମାନବନ୍ଦର ନିର୍ମାଣ କାର୍ଯ୍ୟ । ଆସନ୍ତା ୨୦୨୩ ଡିସେମ୍ବର ମାସରେ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଶେଷହେବ । ଏବଂ ଜାନୁଆରୀ ମାସରେ ମାଲକାନଗିରି ଆକାଶରେ ଉଡିବ ବିମାନ । ଏନେଇ ଆଜି ଭୂମି ପୂଜା କରାଯାଇଛି । ଏମଭି ୧୧ କଟେଲଗୁଡା ଗାଁ ନିକଟରେ ସକାଳେ ଭୂମିପୂଜାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଯୋଗଦେଇ ବିମାନବନ୍ଦର ପାଇଁ ଭୂମି ପୂଜା କରିଛନ୍ତି । ବିମାନ ବନ୍ଦର ନିର୍ମାଣ ପାଇଁ ୩୩କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ବିମାନବନ୍ଦର ହେବା ପରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯୋଡ଼ି ହେବା ସଙ୍ଗେସଙ୍ଗେ ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପାୟନ ଓ ଅନ୍ୟାନ୍ୟ ଉନ୍ନୟନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଅଗ୍ରଗତି ହୋଇପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା