The Topmost

“The eyes believe themselves, the ears believe other people.”

ପଲିଟିକାଲ୍ ନୁହେଁ ବ୍ୟକ୍ତିଗତ ଆକ୍ଷେପ, ଫଡନାଭିସଙ୍କ ସ୍ତ୍ରୀଙ୍କୁ ଟାର୍ଗେଟ୍

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ବେଳେ କହ୍ନେୟା କୁମାର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ପତ୍ନୀଙ୍କ ଉପରେ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କହ୍ନେୟା କହିଛନ୍ତି, ଉପ-ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଇନଷ୍ଟାଗ୍ରାମ୍ରେ ରିଲ୍ସ କରିବେ ଆଉ ଆମେ ଧର୍ମ ବଞ୍ଚାଇବୁ, ଏଭଳି ହେବନି। କହ୍ନେୟାଙ୍କ ଏହି ବୟାନ ପରେ ବିବାଦ ଆରମ୍ଭ ହୋଇଛି।

ବିଜେପି ମଧ୍ୟ ଆକ୍ରମଣ ଆରମ୍ଭ କରିଛି। ବିଜେପି ମୁଖପାତ୍ର ଶହଜାଦ ପୁନାଓ୍ବାଲା କହିଛନ୍ତି, ଏଭଳି ଚିନ୍ତାଧାରାକୁ କେବେ ମୁକ୍ତି ମିଳିବ ? ଏଭଳି ନୀଚ ଲୋକଙ୍କଠାରୁ ଓ କଂଗ୍ରେସକୁ ଠାରୁ ସ୍ବାଧୀନ ହେବୁ।ଏଭଳି ବ୍ୟକ୍ତି ମହାରାଷ୍ଟ୍ର ଝିଅକୁ ଘୋର ଅପମାନ କରିଛି, ଯିଏକି ଆତଙ୍କବାଦୀ ଓ ନକ୍ସଲଙ୍କ ସମର୍ଥନ କରେ।

କହ୍ନେୟା କୁମାର ନାଗପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ପଚାରି କରି କହିଥିଲେ, ଯଦି ଏହା ଧର୍ମଯୁଦ୍ଧ ଓ ଧର୍ମକୁ ବଞ୍ଚାଇବାର ପ୍ରଶ୍ନ। ଯେଉଁ ନେତା ଆପଣଙ୍କ ଆଗରେ ଧର୍ମକୁ ବଞ୍ଚାଇବାର ଭାଷଣ ଦିଅନ୍ତି, ତାଙ୍କୁ ଆପଣ ଏକ ପ୍ରଶ୍ନ ପଚାରନ୍ତୁ ଏହି ଯୁଦ୍ଧରେ ଆପଣଙ୍କ ପୁଅ ଓ ଝିଅ ଆମ ସହ ଚାଲିବେ ତ ? ଏଭଳି ନୁହେଁ ଯେ କେବଳ ଧର୍ମ ବଞ୍ଚାଇବାର କାମ ଆମର ଓ ଅକ୍ସଫୋର୍ଡ, କେମ୍ବ୍ରିଜରେ ପଢିବାର ଦାୟିତ୍ବ ଆପଣଙ୍କ ପିଲାଙ୍କର। ଯଦି ଧର୍ମ ବଞ୍ଚାଇବାର ଅଛି ତେବେ ମିଳିମିଶ ବଞ୍ଚାନ୍ତୁ। ଏଭଳି ନୁହେଁ ଯେ, ଆମେମାନେ ଧର୍ମକୁ ବଞ୍ଚାଇ ରଖିବୁ ଆଉ ସେପେଟ ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଇନଷ୍ଟାଗ୍ରାମ୍ରେ ରିଲ୍ସ କରିବେ।’ ଉଲ୍ଲେଖନୀୟ ଯେ, ୨୦ ନଭେମ୍ବରରେ ମହାରାଷ୍ଟ୍ରରେ ହେବାକୁ ଯାଉଛି ମତଦାନ। ଗତ ସପ୍ତହରେ ଫଡନାଭିସ୍ ନିର୍ବାଚନ ପ୍ରଚାର ବେଳେ ବିରୋଧି ଭୋଟ ଜିହାଦ କରୁଥିବାର ଅଭିଯୋଗ କରିଥିଲେ। ସେ କହିଥିଲେ ତାଙ୍କ ବିରୋଧରେ ଆମକୁ ଧର୍ମଯୁଦ୍ଧ କରିବାକୁ ହେବ। ତେବେ ଫଡନାଭିସ୍ଙ୍କ ଏହି ବୟାନ ଖୁବ୍ ବିବାଦୀୟ ହୋଇଥିଲା।