ଡିଓଡୋରାଣ୍ଟ ବା ଅତର ବ୍ୟବହାର କରିବାର ସଉକ ପ୍ରାୟ ସବୁ ଲୋକଙ୍କ ଭିତରେ ଥାଏ। କେହି କେହି ଭିନ୍ନ ଭିନ୍ନ ଅତର ବାସ୍ନାରେ ନିଜ ବ୍ୟକ୍ତିତ୍ବର ଏକ ଭିନ୍ନ ପ୍ରତିଛବି ସୃଷ୍ଟି କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ ଏହାକୁ ପ୍ରୟୋଗ କରି ଆପଣ କର୍କଟ ସମେତ ଅନେକ ରୋଗକୁ ନିମନ୍ତ୍ରଣ କରିଥାନ୍ତି।
ଏହିପରି ପ୍ରସାଧନ ସାମଗ୍ରୀରେ ଅନେକ ରାସାୟନିକ ପଦାର୍ଥ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ପାରାବେନ୍। ଏନ୍ସିବିଆଇର ଏକ ଗଷେବଣା ଅନୁଯାୟୀ, ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ପାରାବେନ୍ ବିପଜ୍ଜନକ ଏବଂ ଏହା ବିପଜ୍ଜନକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ।
ରିପୋର୍ଟରୁ ପ୍ରକାଶ ଯେ ପାରାବେନ୍ ଏକ ଏପରି ଦୂଷିତ ପଦାର୍ଥ, ଯାହା ଷ୍ଟେରଏଡ୍ ହରମୋନ୍ ନଷ୍ଟ କରିପାରେ। ଏହି ହରମୋନର ପରିବର୍ତ୍ତନ ପୁରୁଷଙ୍କ ପ୍ରଜନନ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ।
କର୍କଟ ଏକ ବିପଜ୍ଜନକ ରୋଗ, ଯାହା ମୃତ୍ୟୁର କାରଣ ହୋଇପାରେ। ଅନୁସନ୍ଧାନରେ, ଅତରରେ ଥିବା ରାସାୟନିକ ପଦାର୍ଥ ସ୍ତନ କର୍କଟ ଏବଂ ଥାଇରଏଡ କ୍ୟାନସରର ମୁଖ୍ୟ କାରଣ ବୋଲି ଜଣାପଡିଛି।
ଏହି ଉତ୍ପାଦଗୁଡିକ ପ୍ରୟୋଗ ପରେ ଏହା ଅତି ଶୀଘ୍ର ଚର୍ମରେ ପ୍ରବେଶ କରେ। ଯେଉଁ କାରଣରୁ ରାସାୟନିକ ପଦାର୍ଥ ଚର୍ମର ପ୍ରତିରକ୍ଷା ସ୍ତରକୁ କ୍ଷତି ପହଞ୍ଚାଏ ଏବଂ ଚର୍ମ ଆଲର୍ଜି ହୋଇଥାଏ।
ବେଳେବେଳେ ଫୁସଫୁସରେ ବିପଜ୍ଜନକ ରାସାୟନିକ ପଦାର୍ଥ ପ୍ରବେଶ କରିବାରୁ ଏହା ଶ୍ବାସକ୍ରିୟାରେ ବାଧା ଉପୁଯାଏ। ଯଦି ଆପଣ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଭର୍ଟିଗୋ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହା ଅତର କାରଣରୁ ହୋଇପାରେ।
Your writing unfolds with deliberate grace, each sentence contributing to meditative rhythm. The reader is invited to pause, reflect, and engage fully with layered ideas.