ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବାବେଳେ ନିଜ ବାଇକ ମାଧ୍ୟମରେ କୌଣସି ହିଲଷ୍ଟେସନକୁ ଯିବାକୁ ଲୋକମାନେ ଯୋଜନା କରୁଛନ୍ତି | ଏପରି ପରିସ୍ଥିତିରେ, ଯେତେବେଳେ ବାଇକ୍ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ଥାଏ, ସେତେବେଳେ ଅନ୍ୟ ଦିନ ଅପେକ୍ଷା କିଛି ଅତିରିକ୍ତ ଯତ୍ନ ନେବାକୁ ପଡିବ | ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ସବୁ କାମ କଲେ ବିନା ଟେନସନରେ ଯାତ୍ରା କରିପାରିବେ ? ଦୂର ସ୍ଥାନକୁ ଭ୍ରମଣ କରିବାକୁ ଚାଁହୁଥିଲେ ଇଞ୍ଜିନ ଅଏଲକୁ ଯାଞ୍ଚ କରିନିଅନ୍ତୁ | କାରଣ ଇଞ୍ଜିନ ଅଏଲ ଦୁଇ ଚକିଆ ଯାନ ପାଇଁ ମୁଖ୍ୟ ହୋଇଥାଏ | ଲଙ୍ଗ ଟ୍ରିପରେ ଯିବାକୁ ଥିଲେ ଯାତ୍ରା କରିବା ପୂର୍ବରୁ, ବାଇକର ଇଞ୍ଜିନ ତେଲ ଯାଞ୍ଚ କରନ୍ତୁ | ଯଦି ଏହା ଅଧିକ କଳା ହୋଇଯାଇଥାଏ, ତେବେ ତୁରନ୍ତ ଏହାକୁ ପରିବର୍ତ୍ତନ କରିବା ଉଚିତ୍ |
ସେହିପରି ଦୁଇ ଚକିଆ ଟାୟାର ଓ ପ୍ରେସର ଯାଞ୍ଚ କରନ୍ତୁ | ଏକ ଦୀର୍ଘ ଯାତ୍ରା କରିବା ପୂର୍ବରୁ, ବାଇକର ବ୍ରେକ୍ ମଧ୍ୟ ଯାଞ୍ଚ କରନ୍ତୁ | ଏହା ବ୍ୟତୀତ ବାଇକର ଇନ୍ଧନ ଫିଲ୍ଟର ଏବଂ ଏୟାର ଫିଲ୍ଟର ମଧ୍ୟ ଯାଞ୍ଚ କରାଯିବା ଉଚିତ୍ | ଏଗୁଡିକରେ ତ୍ରୁଟି ଥିଲେ ବାଇକର ପାର୍ଟସଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଏ | ସେହିପରି ଟ୍ୟୁବ୍ ଥିବା ଟାୟାର ପାଇଁ ଅତିରିକ୍ତ ଟ୍ୟୁବ୍ ନିଅନ୍ତୁ | ଯଦି ପଙ୍କଚର ରିପେୟାରିଂ କିଟ ନେବା ପାଇଁ ସ୍ଥାନ ଅଛି, ତେବେ ଏହାକୁ ମଧ୍ୟ ସାଙ୍ଗରେ ନେଇପାରିବେ | ଦୀର୍ଘ ଯାତ୍ରାବେଳେ ମଝିରେ ମଝିରେ ବିରତି ନିଅନ୍ତୁ | ଯାହାକି ଗାଡିର ଇଞ୍ଜିନକୁ ଥଣ୍ଡା ହେବାକୁ ସମୟ ଦେବ |
More Stories
ଭାରତରେ 10 କୋଟିରୁ ଅଧିକ ଲୋକଙ୍କୁ ମଧୁମେହ..
ଜାଣନ୍ତୁ କର୍ଲି ହେୟାରର ଫାଇଦା..
ବୟସ ଲୁଚାଇବାରେ ମାହିର୍ ମହିଳା..