The Topmost

“The eyes believe themselves, the ears believe other people.”

SpiceJet. (Photo: Twitter/@flyspicejet)

ଭୁଲରେ ବି କରନ୍ତୁନି ଏଇ ବିମାନରେ ଟିକେଟ୍, ବକେୟା ପାଇଁ ଚେକଇନ୍ କରିପାରୁନାହାଁନ୍ତି ଯାତ୍ରୀ

ଏଇ ସପ୍ତାହରେ ବିନା ଯାତ୍ରୀରେ ଦୁବାଇରୁ ଫେରିଆସିଥିଲା ବଜେଟ୍ ଏୟାର୍ଲାଇନ୍ସ ସ୍ପାଇସଜେଟର ଅନେକ ବିମାନ । କାରଣ ହେଉଛି କମ୍ପାନି ଉପରେ ବିମାନବନ୍ଦରର ବକେୟା । ଏହି ବକେୟା ଯୋଗୁ ଦୁବାଇ ବିମାନବନ୍ଦରରେ ଯାତ୍ରୀଙ୍କୁ ଚେକ୍ ଇନ୍ କରାଇ ଦିଆଯାଇ ନ ଥିଲା । ସ୍ପାଇସଜେଟର ଆର୍ଥିକ ସମସ୍ୟାର ପରିଣତି ଯାତ୍ରୀଙ୍କୁ ଭୋଗିବାକୁ ପଡ଼ିଥିଲା ।

ଦୁବାଇ ବିମାନବନ୍ଦରରେ ଦୀର୍ଘକାଳ ଅଟକି ରହିବା ପରେ ଶେଷରେ ନିରାଶ ହୋଇଥିଲେ ଯାତ୍ରୀ । ଏୟାରଲାଇନ୍ସ ବିମାନବନ୍ଦରର ବକେୟା ନ ଶୁଝିବା କାରଣରୁ ଯାତ୍ରୀଙ୍କ ଟ୍ରାଭେଲ ପ୍ଲାନ୍ ବିଗିଡ଼ିଥିଲା। ଦୁବାଇ ବିମାନବନ୍ଦରରେ ଏଭଳି ସ୍ଥିତି ଯୋଗୁ କମ୍ପାନି ଦୁବାଇକୁ ଚଳାଉଥିବା ଏହାର ୧୧ଟି ଦୈନିକ ଫ୍ଲାଇଟ୍କୁ ବାତିଲ କରିବାକୁ ବାଧ୍ୟ ହୋଇଥିଲା । ଅନ୍ୟପକ୍ଷରେ ସେଠାରୁ ଖାଲି ବିମାନ ନେଇ ଏହା ଫେରିଥିଲା ।

ଗ୍ରାଉଣ୍ଡ୍ ହ୍ୟାଣ୍ଡେଲିଂ ସେବା ପ୍ରଦାନକାରୀ ନାଟାକୁ ପେମେଣ୍ଟରେ ବିଳମ୍ବ କରିବା କାରଣରୁ ଏଭଳି ସ୍ଥିତି ଉପୁଜିଥିଲା । ଏ ପରିପ୍ରେକ୍ଷୀରେ ଜଣେ ସ୍ପାଇସ୍ଜେଟ୍ ମୁଖପାତ୍ର କହିଛନ୍ତି ଯେ, ପରିଚାଳନାଗତ ସମସ୍ୟା ଯୋଗୁ ବିମାନ ବାତିଲ ହୋଇଥିଲା । ପ୍ରଭାବିତ ଯାତ୍ରୀଙ୍କୁ ଅନ୍ୟ ବିମାନରେ ନିଆଯାଇଛି କିମ୍ବା ସେମାନଙ୍କୁ ସମ୍ପୂର୍ଣ୍ଣ ରିଫଣ୍ଡ୍ ଦିଆଯାଇଛି । ବର୍ତ୍ତମାନ ଦୁବାଇରୁ ସମସ୍ତ ବିମାନ ନିର୍ଦ୍ଧାରିତ ସୂଚୀ ଅନୁସାରେ ଚାଲୁଥିବା ସେ ସୂଚନା ଦେଇଛନ୍ତି ।