ଜାନୁଆରୀ ୨୩ ତାରିଖରେ ନେତାଜୀଙ୍କ ସୁଭାଷଚନ୍ଦ୍ର ବୋଷଙ୍କର ଜନ୍ମଦିନ । ଏହି ଅବସରରେ ତାଙ୍କର ଅମୂଲ୍ୟ ମାର୍ଗନିର୍ଦ୍ଦେଶ ଆମ ସମସ୍ତଙ୍କର ଧ୍ୟେୟ । ଏକଦା ‘ସ୍ୱାମୀଜୀ’ କହିଲେ ଯେପରି ସ୍ୱାମୀ ବିବେକାନନ୍ଦଙ୍କୁ ବୁଝାଏ, ସେହିପରି ‘ନେତାଜୀ’ କହିଲେ ବୁଝାଏ ସୁଭାଷଚନ୍ଦ୍ର ବୋଷଙ୍କୁ । ସେ ଯେ କେବଳ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ ତା’ ନୁହେଁ; ଜୀବନ ସଂଗ୍ରାମରେ ବିଜୟୀ ହେବା ପାଇଁ ମଧ୍ୟ ସେ ଅନେକ ଅମୂଲ୍ୟ ମାର୍ଗନିର୍ଦ୍ଦେଶ କରିଛନ୍ତି । ସେ କହିଥିଲେ- ଦୁଃଖ ଓ ନିର୍ଯାତନା ନ ଭୋଗିଲେ, ମଣିଷ ତା’ର ଆଦର୍ଶ ସହିତ ଆତ୍ମିକ ସଂପର୍କ ସ୍ଥାପନ କରିପାରେ ନାହିଁ । କଠିନ ପରୀକ୍ଷାର ସମ୍ମୁଖୀନ ହେଲେ ହିଁ ସେ ଅମାପ ଆତ୍ମଶକ୍ତିର ପରିଚୟ ପାଇପାରେ ।
ମଣିଷର ପଞ୍ଚେନ୍ଦ୍ରିୟ ହେଉଛି ପଞ୍ଚପ୍ରଦୀପ ଏବଂ ଏହା ଆଲୋକର ଉତ୍ସ । ତାହାରି ମାଧ୍ୟମରେ ମାତୃଶକ୍ତିର ଆରାଧନା କରିବା ଉଚିତ । ଦେବୀ ମାତୃଶକ୍ତିର ଆଧାର । ତାଙ୍କ ପାଖରେ ପଶୁବଳି ଦେବାର ଅର୍ଥ, ନିଜର ଭୋଗ ଅଭିଳାଷକୁ ବଳିଦେବା । ଏହି ପଶୁ ମଣିଷ ଭିତରର ପାଶବିକତାର ପ୍ରତୀକ । ମଣିଷ ତାର ଭାବନାର ରୂପକଳ୍ପ । ନିଜକୁ ଛୋଟ ବୋଲି ଭାବିଲେ ସେ ଛୋଟ ହୋଇଯାଏ ଏବଂ ବଡ଼ ବୋଲି ଭାବିଲେ ତାର ବଡ଼ପଣ ପ୍ରକାଶିତ ହୁଏ ।
କର୍ମ ମଣିଷର ବିଶୃଙ୍ଖଳାକୁ ଦମନ କରେ ଏବଂ ତାହାର ବାହ୍ୟ ଆଚରଣକୁ ସଂଯମିତ କରେ । ସେହିପରି, ଅଧ୍ୟୟନ ଓ ଧ୍ୟାନ ଫଳରେ ମନୁଷ୍ୟର ଆତ୍ମଶୃଙ୍ଖଳା ପରିପୁଷ୍ଟ ହୋଇଥାଏ । ପ୍ରେମ ବା ଅନ୍ୟକୁ ଭଲପାଇବା ମଣିଷର ହୃଦୟକୁ ପ୍ରସାରିତ କରେ ଏବଂ ତାହାର ସମସ୍ତ ସଂକୀର୍ଣ୍ଣତା ଅପସରି ଯାଇ ସେ ବିଶ୍ୱର ବିସ୍ତୃତ ବଳୟ ସହିତ ଏକୀଭୂତ ହୁଏ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା