The Topmost

“The eyes believe themselves, the ears believe other people.”

ପୁଣି ଜାତିସଂଘରେ କାଶ୍ମୀର ପ୍ରସଙ୍ଗ

ପୁଣି ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଛି ପାକିସ୍ତାନ । ଜାତିସଂଘର ସାଧରଣ ସଭାକୁ ସମ୍ବୋଧନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ କହିଛନ୍ତି ଯେ, ତାଙ୍କ ଦେଶ ଭାରତ ସହ ଶାନ୍ତି ଚାହେଁ । ହେଲେ ଏଥିପାଇଁ ଜମ୍ମୁକାଶ୍ମୀର ବିବାଦର ସମାଧାନ ହେବା ଜରୁରୀ । ଏହାସହ ଉତ୍ତେଜନା କମାଇବା ଓ ଆଲୋଚନା ପାଇଁ ସ୍ଥିତି ସୃଷ୍ଟି କରିବାକୁ ଭାରତ ପ୍ରୟାସ କରିବା ଉଚିତ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଜାତିସଂଘରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି ପାକିସ୍ତାନ । ଜମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ପାକିସ୍ତାନ ବିରୋଧ କରିଆସୁଛି । ଏପରିକି ୩୭୦ ଧାରା ପୁଣି ଫେରାଇବାକୁ ପାକିସ୍ତାନୀ ନେତାମାନେ ଦାବି କରୁଛନ୍ତି । ହେଲେ ଭାରତ ସ୍ପଷ୍ଟ ଭାବେ କହିଆସିଛି ଯେ, ଜମ୍ମୁକାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ତେଣୁ ୩୭୦ ଧାରା ହଟାଯିବା ନେଇ ପାକିସ୍ତାନର କିଛି କହିବାର ନାହିଁ ।