The Topmost

“The eyes believe themselves, the ears believe other people.”

ପଖାଳ କରାଇ ପାରେ ହାର୍ଟ ଆଟାକ୍

ପଖାଳ ଓଡିଆଙ୍କର ଏକ ଭାବାବେଗ । ପଖାଳ ବିନା ଓଡିଆ ଲୋକଙ୍କ ଦିନ ବିତିବା ଗୋଟିଏ ପ୍ରତାର ଅସମ୍ଭବ ବ୍ୟାପାର । କିନ୍ତୁ ମଞ୍ଚେଷ୍ଟର ଏବଂ ସାଲଫୋର୍ଡ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ବାସି ଭାତ ଶରୀର ପାଇଁ ଅହିତକର । ଏପରି କି ଏହା ହାର୍ଟ ପାଇଁ ମଧ୍ୟ କ୍ଷତିକାରକ । ବାସି ଭାତ ବା ଖାଦ୍ୟ ଏକାସାଙ୍ଗରେ ଅନେକ ରୋଗକୁ ନିମନ୍ତ୍ରଣ କରିବା ପରି କଥା । ତେଣୁ ଏହି ଖାଇବା ଅଭ୍ୟାସକୁ ତୁରନ୍ତ ତ୍ୟାଗ କରିବା ଉଚିତ । ବାସି ଖାଇବା ଦ୍ୱାରା ପେଟ ଏବଂ ହଜମ ସମସ୍ୟା ହୋଇପାରେ। ବାସ୍ତବରେ, ଜୀବାଣୁ ବାସି ଭାତରେ ବୃଦ୍ଧି ହୁଅନ୍ତି, ଯାହା ପେଟ ସଂକ୍ରମଣର କାରଣ ହୋଇପାରେ।

ଏହା ବ୍ୟତୀତ ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ଭଳି ସମସ୍ୟା ମଧ୍ୟ ହୋଇପାରେ। ଏହା ହୃଦଘାତର କାରଣ ହୋଇଥାଏ । ରିପୋର୍ଟରେ କୁହାଯାଇଛି ଯେ କଞ୍ଚା ଚାଉଳରେ ସ୍ପୋରସ ମିଳିଥାଏ, ଯାହା ରାନ୍ଧିବା ସମୟରେ ମଧ୍ୟ ରହିଥାଏ, କିନ୍ତୁ ଚାଉଳ ଗରମ ହେଲେ ଏହି ଜୀବାଣୁ ଶରୀରକୁ କ୍ଷତି ପହଞ୍ଚାଇବାରେ ଅସମର୍ଥ ହୁଅନ୍ତି। ଯେତେବେଳେ ଚାଉଳକୁ ଅନେକ ଘଣ୍ଟା ରଖାଯାଏ, ସ୍ପୋରସ ଜୀବାଣୁରେ ପରିଣତ ହୁଏ, ଏହା ଜଣଙ୍କୁ ଅସୁସ୍ଥ କରିପାରେ।

ଯେତେବେଳେ ଚାଉଳକୁ ଦୀର୍ଘ ସମୟ ଧରି ରଖାଯାଏ, ଏହା ଦୂଷିତ ହୋଇଯାଏ। ଏହା ପେଟଠାରୁ ଆରମ୍ଭ କରି ଅନେକ ରୋଗର କାରଣ ହୋଇଯାଏ। ଏହା ବ୍ୟତୀତ, ବାସିଭାତ ମଧ୍ୟ ହୃଦୟ ସମ୍ବନ୍ଧୀୟ ରୋଗ କରିଥାଏ । ମଞ୍ଚେଷ୍ଟର ଏବଂ ସାଲଫୋର୍ଡ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ମାଟିରେ ଚାଉଳ ଚାଷ କରାଯାଏ, ସେଥିରେ ଆର୍ସେନିକ ଅଧିକ ଥାଏ। ଯେହେତୁ ଚାଉଳ ଚାଷ ପାଇଁ ପ୍ରଚୁର ଜଳ ଆବଶ୍ୟକ। କ୍ଷେତରେ ଥିବା ଧାନ ଫସଲ ସଂପୂର୍ଣ୍ଣ ପାଣିରେ ବୁଡ଼ି ରହିଥାଏ। ଯେଉଁଥିପାଇଁ ଆର୍ସେନିକର ପରିମାଣ ବଢିଥାଏ। ଯେତେବେଳେ ଆର୍ସେନିକ ଅନ୍ୟ ବିଷାକ୍ତ ପଦାର୍ଥ ସହିତ ମିଶ୍ରିତ ହୁଏ ଏହା ହୃଦଘାତର କାରଣ ହୋଇଥାଏ। ତେଣୁ ବାସି ଭାତ ଖାଇ ଏହି ସମସ୍ୟା ଆହୁରି ବଢିଯାଏ।

SHARE BY