ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ଏଣିକି ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିୟମାବଳୀ ଜାରି କରିଛି । ନିୟମ ଉଲ୍ଲଂଘନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି । ନିୟମ ଉଲ୍ଲଂଘନ କ୍ଷେତ୍ରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଇଛି । ଓଟିଟି ପ୍ଲାଟଫର୍ମର ପବ୍ଲିଶର୍ସମାନଙ୍କ ଉଦ୍ଦେଶ୍ୟରେ ଏହି ଚେତାବନୀ ଜାରି କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ବିଭିନ୍ନ ସିନେମାହଲ ଓ ଟେଲିଭିଜନରେ ସିନେମା ପ୍ରଦର୍ଶନ ବେଳେ ତମାଖୁ ବିରୋଧରେ ଜାରି କରାଯାଉଥିବା ଚେତାବନୀ ପରି ଓଟିଟି ପ୍ଲାଟଫର୍ମରେ ସମଧରଣର ଚେତାବନୀ ଲାଗି ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ । କାର୍ଯ୍ୟକ୍ରମ ବେଳେ ଓଟିଟି ପ୍ଲାଟଫର୍ମରେ ତମାଖୁଜାତ ସାମଗ୍ରୀ ପ୍ରଦର୍ଶିତ ହେଉଥିବାବେଳେ ସ୍କ୍ରିନର ନିମ୍ନ ଭାଗରେ ଏହି ଚେତାବନୀ ପ୍ରକାଶ କରିବାକୁ କୁହାଯାଇଛି ।
“The eyes believe themselves, the ears believe other people.”
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍