The Topmost

“The eyes believe themselves, the ears believe other people.”

OSRTC ବସ୍ ଗଡିବା ନେଇ ରିପୋର୍ଟ ମାଗିଲେ ପରିବହନ ମନ୍ତ୍ରୀ

କେତେ ରାଜ୍ୟରେ ଗଡିବ OSRTC ବସ୍ । ଏନେଇ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ତେବେ ଏନେଇ ଆଜି ଏକ ବୈଠକ ବସିଥିଲା । ଯେଉଁଥିରେ ନିଷ୍ପତ୍ତି ହୋଇଛି ଯେ, OSRTC CMD ଏକ ଟିମ୍ ନେଇ ବିଭିନ୍ନ ରାଜ୍ୟକୁ ଅନୁମତି ପାଇଁ ଯିବେ । ଯଦି ଅନୁମତି ମିଳେ ତେବେ ରାଜ୍ୟର ଉପାନ୍ତ ଅଞ୍ଚଳରେ ଗାଡି ଚାଲିବ । କୋରାପୁଟ, ମାଲକାନଗିରି, ବଲାଙ୍ଗୀର ପରି ଜିଲ୍ଲାକୁ ଓଏସଆରଟିସି ବସ ଚଳାଇବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ।ବିଧାନସଭା ଚାଲିଥିବାବେଳେ ଅନେକ ବିଧାୟକ ଏ ନେଇ ପ୍ରଶ୍ନ କରିଥିଲେ । OSRTC ବସ କିଣା ହୋଇଛି । କିଛି ବସ ରାସ୍ତାରେ ଗଡିଥିବାବେଳେ ଆଉ କିଛି ବସ ଚାଲିନି । ଏ ନେଇ ଠୋସ ପଦକ୍ଷେପ ନେବାକୁ ବିଧାୟକମାନେ ଦାବି କରିଥିଲେ ।