ଖେମୁଣ୍ଡି କଲେଜ ଛକରେ ଭୟଙ୍କର ବସ୍ ଦୁର୍ଘଟଣା । ଓଏସଆରଟିସି ବସ ଓ ଘରୋଇ ମିନି ବସ ମୁହାମୁହିଁ ଧକ୍କା । ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁରରୁ ବିବାହ ଭୋଜି ଖାଇ ରାତିରେ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଓଏସଆରଟିସି ଓ ଏକ କନ୍ୟାଯାତ୍ରୀ ଘରୋଇ ମିନି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ମୃତକଙ୍କ ମଧ୍ୟରେ ୪ ମହିଳା, ୬ ପୁରୁଷ ଓ ୨ ଜଣ ଶିଶୁ ଅଛନ୍ତି । ୮ ଗୁରୁତରଙ୍କ ଚିକିତ୍ସା ଚାଲିଛି । ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁରୁ ବ୍ରହ୍ମପୁର ହାତୀବନ୍ଧ ସାହିକୁ ଝିଅର ବିବାହ ପାଇଁ ଯାଇଥିଲେ । ମିନି ବସ୍ରେ ଥିଲେ ପ୍ରାୟ ୨୫ ଜଣ । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଚିକିଟି SDPO ଦିଗପହଣ୍ଡି ଥାନା ଅଧିକାରୀ ପାଟପୁର ଥାନା ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦିଗପହଣ୍ଡି ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଚିକିଟି SDPO, ସଦର SDPOଙ୍କ ସହ ଅନ୍ୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ହେଲେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲା ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା